Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଏସ୍‌ସିବିରେ ନୂଆ ଇତିହାସ ! ମୃତ ମହିଳାଙ୍କ କିଡ୍‌ନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ

4/02/2020 at 8:43 AM

କଟକ ୪।୨: ନୂଆ ଇତିହାସ ରଚିବାକୁ ଯାଉଛି କଟକ ଏସସିବି । ଜଣେ ମୃତ ମହିଳାଙ୍କଠାରୁ କିଡ୍‌ନୀ ଅଣାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ତାହାକୁ ପ୍ରତିରୋପଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହି କାଡାଭର୍‌ ଟ୍ରାନ୍ସପ୍ଲାଣ୍ଟ୍‌ ବା ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର (୨୨) ଗତ ୨୭ ତାରିଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା । ମସ୍ତିସ୍କ ମୃତ ଅବସ୍ଥାରେ ତାଙ୍କ ଅଙ୍ଗକୁ ଅନ୍ୟ କାହାରିକୁ ଦାନ କରିବା ନିମନ୍ତେ ପରିବାର ଲୋକ ସମ୍ମତି ଦେଇଥିଲେ ।

ଫଳରେ ମୃତ ମହିଳାଙ୍କଠାରୁ କିଡ୍‌ନୀ ଅଣାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତ ଆଇନଗତ ବ୍ୟବସ୍ଥା ସଂପାଦନ କରାଯିବା ପରେ ମହିଳାଙ୍କଠାରୁ କିଡ୍‌ନୀ ସଂଗ୍ରହ କରାଯାଇ ଏସ୍‌ସିବି ମେଡିକାଲ କଲେଜ ହସପିଟାଲର କିଡ୍‌ନୀ ଟ୍ରାନ୍‌ସପ୍ଲାଣ୍ଟ ୟୁନିଟରେ ଏହାକୁ ପ୍ରତିରୋପଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ଏହା ସଫଳ ହେଲେ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କ୍ଷେତ୍ରରେ ଏହା ଏସସିବିର ତଥା ସମଗ୍ର ରାଜ୍ୟର ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି । ଫଳରେ ଏସସିବି ଏକ ନୂଆ ଇତିହାସ ରଚିବାକୁ ଯାଉଥିବା ମଧ୍ୟ କୁହାଯାଉଛି ।

   Related Posts