Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଯୁବତୀଙ୍କ ସାହସ ପ୍ରଶଂସନୀୟ : ହ୍ୱିଲ ଚେୟାରରେ ସମ୍ପନ୍ନ ହେଲା ବାହାଘର

13/06/2019 at 6:14 PM

ରାଜଗଡ଼ ୧୩/୬ : ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାରେ ମଙ୍ଗଳବାର ଦିନ ଏକ ଅଜବ ବିବାହ ହୋଇଥିଲା । ବିବାହକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ରାଜଗଡ଼ ଜିଲ୍ଲାର ବ୍ୟବରାରେ ବର ନିଜ ବିବାହର ସମସ୍ତ ରୀତିନୀତି ହ୍ୱିଲ ଚେୟାରରେ ସମ୍ପନ୍ନ କରିଥିଲେ । ଏପରିକି ବରଣମାଳା ଏବଂ ଫେରା ମଧ୍ୟ ହ୍ୱିଲ ଚେୟାରରେ ନେଇଥିଲେ । 

ବ୍ୟବରାରେ ରହୁଥିବା ଦିଲୀପ ସକ୍ସେନାଙ୍କ ବିବାହର ଠିକ ୭ଦିନ ପୂର୍ବରୁ ଏକ ଦୁର୍ଘଟଣା ହୋଇଥିଲା । ଜୁନ ୫ ତାରିଖରେ ଖିଲାଚିପୁରରୁ ବିବାହ ନିମନ୍ତ୍ରଣ ପତ୍ର ଦେଇ ଫେରୁଥିବା ସମୟରେ ଦିଲୀପଙ୍କ ବାଇକର ଟାୟାର ଫାଟି ଯାଇଥିଲା । ଫଳରେ ସେ ପଡିଯାଇଥିଲା । ପଡିଯିବାରୁ ତାଙ୍କ ହାତ ଏବଂ ଗୋଡ ଫ୍ରାକ୍ଚର ହୋଇଯାଇଛି । ଯେଉଁଥିପାଇଁ ସେ ଚାଲିପାରୁନାହାନ୍ତି ।

ମଙ୍ଗଳବାର ଦିନ ତାଙ୍କର ବାହାଘର ଥିଲା । ଭୋପାଲର ଏକ ଘରୋଇ ହସ୍ପିଟାଲରେ ଦିଲୀପଙ୍କ ଅପରେସନ ମଧ୍ୟ ହୋଇଥିଲା । କିନ୍ତୁ ଦିଲୀପଙ୍କ ଅବସ୍ଥା ଚାଲିବା ଭଳି ନଥିଲା । ସେଥିପାଇଁ ଦିଲୀପଙ୍କ ଘରଲୋକ ବିବାହ ତାରିଖ ଘୁଞ୍ଚାଇଦେବା ପାଇଁ ନିଷ୍ପତ୍ତି ନେଲେ । ଏତିକିବେଳେ କନ୍ୟା ଦୀପ୍ତି ନିଜେ ଦିଲୀପଙ୍କୁ ସାକ୍ଷାତ କରିବାକୁ ହସ୍ପିଟାଲରେ ପହଞ୍ଚିଥିଲେ । ଉଭୟ ଦିଲୀପ ଏବଂ ଦୀପ୍ତି ପରସ୍ପର ସହ ଆଲୋଚନା କରି ସେହି ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ଦୀପ୍ତିଙ୍କ ଏହି ନିଷ୍ପତ୍ତିକୁ ପୁରା ପରିବାର, ସମାଜ, ତାଙ୍କ ସମ୍ପର୍କୀୟ ପ୍ରଶଂସା କରିଥିଲେ । ଦିଲୀପଙ୍କ ମାତା ପିତା ବିବାହକୁ ନେଇ ଚିନ୍ତିତ ଥିବାବେଳେ ଦୀପ୍ତିଙ୍କ ନିଷ୍ପତ୍ତି ଶୁଣି ବହୁତ ଖୁସି ହୋଇଥିଲେ । ମଙ୍ଗଳବାର ଦିନ ରୀତିନୀତି ଅନୁଯାୟୀ, ଉଭୟଙ୍କ ବିବାହ ସମ୍ପନ୍ନ ହେଲା । ଦୀପ୍ତିଙ୍କ ଏହି ନିଷ୍ପତ୍ତି ସମାଜକୁ ଏକ ନୂଆ ଦିଗ ଦେଖାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦିଲୀପଙ୍କୁ ସାକ୍ଷାତ କରିବା ପାଇଁ ଭୋପାଲ ହସ୍ପିଟାଲକୁ ଯାଇଥିଲେ । ସେ ଦୀପ୍ତିଙ୍କ ସାହସକୁ ପ୍ରଶଂସା କରିଥିଲେ । ଦୀପ୍ତି କହିଥିଲେ ଯେ, ସମ୍ପର୍କ ହୃଦୟରେ ଗଢ଼ିଉଠେ, ସେଥିପାଇଁ ପ୍ରତ୍ୟେକ ସମ୍ପର୍କକୁ ହୃଦୟର ସହ ଆପଣେଇବା ଦରକାର । ସମ୍ପର୍କର ସିଧା କନେକ୍ସନ ଆତ୍ମା ସହ ଥାଏ । ଶରୀର କିମ୍ବା ମୁହଁ ଦେଖି ସମ୍ପର୍କ ସ୍ଥାପନ ହୋଇନଥାଏ । ସେଥିପାଇଁ ମୁହଁ କିମ୍ବା ଶରୀର ଦେଖି କେବେ ସମ୍ପର୍କ ଭାଙ୍ଗିବା ମଧ୍ୟ କଥାନୁହେଁ । ସେ କହିଥିଲେ, ବିବାହ ପରେ କାହା ସହ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଯଦି ସମ୍ପର୍କ ଭଙ୍ଗାଯାଉନାହିଁ ତାହେଲେ ବିବାହ ପୂର୍ବରୁ କାହିଁକି ଭଂଗାଯିବ । ଜୀବନରେ ଅନେକ ଘଟଣା ଦୁର୍ଘଟଣା ଘଟିଥାଏ । କିନ୍ତୁ କେବେ କେଉଁଠି ହାର ନ ମାନି ଆଗକୁ ବଢିବା ଦରକାର । ସର୍ବଦା ନିଜ ସମ୍ପର୍କକୁ ସମ୍ମାନ ଦେବା ଉଚିତ ।

ଆହତ ଦିଲୀପ କହିଛନ୍ତି ଯେ, ଭାବି ପତ୍ନୀଙ୍କ ନିଷ୍ପତ୍ତି ତାଙ୍କୁ ବହୁତ ସାହସ ଯୋଗେଇଛି । ସମସ୍ତଙ୍କ ଆଶୀର୍ବାଦ ଯୋଗୁଁ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

   Related Posts