Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଧୁମ୍‌ଧାମରେ ହେଲା ୩ଟି ଶିଶୁର ବାହାଘର, କନିଆ ସାଜି ବେଦୀ​‌ରେ ବସିଥିଲା କୁକୁର ଛୁଆ

26/01/2021 at 4:16 PM

ମୟୂରଭଞ୍ଜ୨୬/୧: ଡିଜିଟାଲ ଯୁଗରେ ମଣିଷ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ବିଭିନ୍ନ ପ୍ରକାର କୁପ୍ରଥାକୁ ଆପଣାଇବାରେ ଲାଗିଛି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଯଦି ଜନ୍ମ ପରେ ଶିଶୁଟିର ଦାନ୍ତ ଶୀଘ୍ର ଏବଂ ଅସଜଡା ହୋଇ ଉଠେ, ତେବେ ତାହା ପରିବାର ପାଇଁ ବିପଦ ବୋଲି ସେମାନଙ୍କର ବିଶ୍ବାସ ରହିଛି। ଏହା ଶିଶୁ ଏବଂ ତା ପରିବାର ପାଇଁ ଅଶୁଭ। ଏହି ସମସ୍ୟାର ସମାଧାନ ପାଇଁ କେବଳ ଗୋଟିଏ ବିକଳ୍ପ ରହିଛି। ତାହା ହେଲା, ଶିଶୁଟି ସହ କୁକୁରର ବାହାଘର। ଏମିତି କଲେ, ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ବାସ ରହିଛି। ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକର ଗମ୍ଭାରୀଆ ଗାଁରେ ଭିନ୍ନ ପରମ୍ପରାର ନିଆରା ବାହାଘର ଦେଖିବାକୁ ମିଳିଛି।

ଏହି ଗାଁରେ ୫୦ରୁ ଅଧିକ ପରିବାର ବସବାସ କରନ୍ତି। ଶିଶୁଟି ଜନ୍ମ ହେଲେ ପ୍ରଥମେ ତା ଦାନ୍ତକୁ ଦେଖନ୍ତି। ଯଦି ଅସଜଡା ହୋଇ ଦାନ୍ତ ବାହାରେ, ତେବେ କୁକୁର ଛୁଆ ସହିତ ଶିଶୁଟିର ବାହାଘର ପାଇଁ ତିଥି ବାର ଖୋଜା ପଡେ। ପୁରାତନା ପରମ୍ପରା ଅନୁସାରେ ବାଜା ବଜାଇ ରୋଷଣୀ କରି ଶିଶୁଟିର ବାହାଘର କରିଯାଇଥାଏ। ଶୁକ୍ରୁଳି ଗାଁରେ ଗୋଟିଏ ନୁହେଁ ରିଷ୍ଟ ଖଣ୍ଡନ ପାଇଁ ୩ଟି ଶିଶୁଙ୍କ ସହ କୁକୁର ଛୁଆର ବାହାଘର ହୋଇଛି। କୁକୁର ସାଙ୍ଗରେ ଧରି ବରଯାତ୍ରୀମାନେ ଶିଶୁଙ୍କ ଘରେ ପହଞ୍ଚିଥିଲେ।  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସ୍ଥାନୀୟ ଲୋକେ।  

   Related Posts