ଏକ ନିଆରା ପ୍ରେମ କାହାଣୀ : ସାତ ଜନମକୁ ସାଥୀ ରଖି ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା…

Published By : Prameya-News7 Bureau | November 05, 2020 IST

ବାରିପଦା ୦୫।୧୧: କଥାରେ ଅଛି ପ୍ରେମରେ ସବୁ ସମ୍ଭବ । ପ୍ରେମ ପାଇଁ କିଛି ବି କରିହେବ । ଭଲ ପାଉଥିବା ମଣିଷକୁ ପାଇବା ପାଇଁ କିଛି ବି କରିପାରେ ଆର ମଣିଷଟି । ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ମୋରଡା ପଞ୍ଚାୟତ ମାଳିହତା ଗ୍ରାମରେ ଘଟିଛି ଏପରି ଏକ ଘଟଣା ।

ଖବକ ଅନୁଯାୟୀ, ଜଣେ ଶତ ପ୍ରତିଶତ ଦିବ୍ୟାଙ୍ଗ ବିବାହ କରିଛନ୍ତି ଜଣେ ଶତପ୍ରତିଶତ ସୁସ୍ଥ ଝୁବତୀଙ୍କୁ । ତାହା ପୁଣି ପ୍ରେମ ବିବାହ। ଏହି ଅସାଧାରଣ କାହାଣୀ ଥିଲା ପ୍ରେମ ନିବେଦନ, ରାଜି ଅରାଜିର କଥା । ପୁଣି ଧର୍ଯ୍ୟର ସହ ଦିବ୍ୟାଙ୍ଗ ପ୍ରେମିକ ନିଜ ମନର କଥା ବେଶ କିଛିଦିନ ନିଜ ମନର ମାନସୀଙ୍କୁ କହି ଚାଲିଲେ । ଶେଷରେ ତାଙ୍କ ନିଛକ ପ୍ରେମ ଆଗରେ ପ୍ରେମିକା ମନ ହାରିଲେ। ଆଉ ସବୁଦିନ ଲାଗି ଜଣେ ଦିବ୍ୟାଙ୍ଗଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କଲେ ଯୁବତୀ । ପ୍ରେମ ମାନେ ନାହିଁ ଜାତି ଧର୍ମ , ମାନେ ନାହିଁ ଧନୀ କି ଗରିବ । ସେଥିପାଇଁ ପ୍ରେମକୁ ଅନ୍ଧ ବୋଲି କୁହାଯାଇଥାଏ । ପ୍ରେମକୁ ନେଇ ଇତିହାସ ରେ ଅନେକ ଉଦାହରଣ ରହିଛି । କିନ୍ତୁ ଏମିତି ଏକ ଉଦାହରଣ ଦେଖିବାକୁ ମୋରଡା ବ୍ଲକ ମୋରଡା ପଞ୍ଚାୟତ ମାଳିହତା ଗ୍ରାମରେ ।

ଗ୍ରାମବାସୀଙ୍କ ସହଯୋଗରେ ଦିବ୍ୟାଙ୍ଗ ଯୁବକଙ୍କ ବିବାହ ବୁଧବାର ସମ୍ପନ୍ନ କରାଯାଇଛି । ମାଳିହତା ଗ୍ରାମର ଛତିଶ ଚନ୍ଦ୍ର ରାଉତଙ୍କ ପୁଅ ତାପସ କୁମାର ରାଉତଙ୍କ ବିବାହ ବୟସ ହୋଇଥିଲେ ମଧ୍ୟ , ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେବାକୁ ରାଜି ହୋଇନଥିଲେ।  ତାପସଙ୍କ ଦୁଇ ହାତ ଓ ଦୁଇ ଗୋଡ ଅଚଳ ଥିବା ସତ୍ୱେ ମଧ୍ୟ ନିଜ ଗୋଡରେ ନିଜେ ଛୋଟ କୁକୁଡ଼ା ବ୍ୟବସାୟ ଆରମ୍ଭ କରି ଆଜି ସେ ଦୁଇଟି ଟ୍ରାକ୍ଟରର ମାଲିକ ହୋଇଛନ୍ତି ।

ତେବେ ଘଟଣାକ୍ରମେ ପ୍ରେମ ସମ୍ପର୍କ ଗଢି ଉଠିଲା ଝିଅ କବିତା ଓ ତାପସଙ୍କ ମଧ୍ୟରେ , ଝିଅ କବିତା ବିବାହ ପାଇଁ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ଝିଅର ପରିବାର ଲୋକେ ଦିବ୍ୟାଙ୍ଗ ତାପସ ସହିତ ବିବାହ ପାଇଁ ରାଜି ନଥିଲେ । କିନ୍ତୁ ଦିବ୍ୟାଙ୍ଗ ହେଲେ ବି ପ୍ରେମ ଆଗରେ ସବୁ ସ୍ଥିତି ଓ ପରିସ୍ଥିତି ହାର ମାନିଛି । ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘ ତିନି ମାସ ପ୍ରେମ ସମ୍ପର୍କ ଗଢିବା ପରେ ସେମାନେ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି  ।

ଝିଅ କବିତାର ଘର ଖୁଆଡ । ତାପସ ପରିବାର କବିତା ପରିବାରକୁ ବିବାହରେ ସହଯୋଗ ପାଇଁ ନିବେଦନ କରିଥିଲେ  । କିନ୍ତୁ କବିତାଙ୍କ ଘର ଲୋକ ରାଜି ହୋଇନଥିଲେ  ବି ଏଥିରେ କୌଣସି ପ୍ରକାରର ପ୍ରତିବାଦ ମଧ୍ୟ କରିନଥିଲେ । ତାପସଙ୍କ ପରିବାର ଲୋକ ଓ ଗ୍ରାମବାସୀମାନଙ୍କ ସହଯୋଗରେ ନୋଟାରୀରେ ବିବାହର ନାମ ପଞ୍ଜିକରଣ କରାଯାଇଥିଲା । ଏହା ପରେ ବାରିପଦା ସ୍ଥିତ ବଡବଜାର ମାରଓ୍ୱାଡି ମନ୍ଦିରରେ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ବିବାହ ପରେ ଉଭୟ ବେଶ୍ ଖୁସି ଥିବା କହିଛନ୍ତି ତାପସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.