ନିଆରା ବାହାଘର: କନ୍ୟାଘର ବରଯାତ୍ରୀଙ୍କୁ ହେଲମେଟ୍ ଭେଟି ଦେବାରୁ ଯୌତୁକ ଫେରାଇଲେ ବରପକ୍ଷ

Published By : Prameya-News7 Bureau | January 30, 2020 IST

ଭିଲୱାଡା:  ରାଜସ୍ଥାନ ଭିଲୱାଡାର ଏକ ବିବାହ ଉତ୍ସବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ଉତ୍ସବରେ ଯୋଗଦେବାକୁ ମୋଟରସାଇକେଲରେ ଆସିଥିବା ବରଯାତ୍ରୀମାନଙ୍କୁ କନ୍ୟାପକ୍ଷରୁ ହେଲମେଟ୍ ଉପହାର ଦେଇ ସ୍ୱାଗତ କରିଥିଲେ। ଏଥିରେ ବରପକ୍ଷ ତିଲକରେ କନ୍ୟାପକ୍ଷରୁ ପାଇଥିବା ୫ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେଇଛନ୍ତି।

{"id":217770,"width":581,"height":387,"sizeSlug":"large"}

ସୂଚନା ଯୋଗ୍ୟଯେ ବରଯାତ୍ରୀରେ ବୁଧବାର ଯାଇଥିବା ୩୫୧ ଜଣ ବରଯାତ୍ରୀଙ୍କୁ ବିବାହୋତ୍ସବରେ ଅନନ୍ୟ ସ୍ୱାଗତ କରାଯାଇଥିଲା। ଝିଅର ମାମୁଁ ଜିଲ୍ଲା ପରିବହନ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ଅନୁସାରେ ବରଯାତ୍ରୀରେ ଆସିଥିବା ଅତିଥିଙ୍କ ସ୍ୱାଗତ ଅବସରରେ   ଉପହାର  ଚିନ୍ତାର ବିଷୟ ପାଲଟିଥିଲା। କେହି କାହା ପ୍ରସ୍ତାବରେ ସହମତ ହୋଉ ନଥିବା ବେଳେ ସଡକ ସୁରକ୍ଷା ଲାଗି ବରଯାତ୍ରୀଙ୍କୁ ହେଲମେଟ୍ ଉପହାର ଦେଲେ କିପରି ହୁଅନ୍ତା ବୋଲି ପ୍ରସ୍ତାବ ଦେବାରୁ ସମସ୍ତେ ଏଥିରେ ସହମତ ହୋଇଯାଇଥିଲେ। ଏଣୁ ବରଯାତ୍ରୀଙ୍କୁ ବିବାହରେ ସ୍ୱାଗତ କରାଯିବା ସହ ହେଲମେଟ୍ ଉପହାର ଦିଆଯାଇଥିଲା।

{"id":217771,"sizeSlug":"large"}

ଉତ୍ସବରେ କନ୍ୟାପକ୍ଷଙ୍କ ଏଭଳି ଶ୍ରଦ୍ଧାକୁ ଦେଖି ବରପିତା ବିନା ଯୌତୁକରେ ବିବାହ ଜିଦରେ ଅଡିଯାଇଥିଲେ। ସେ କେବଳ ୧ଶହ ୨୫ଟଙ୍କା ଓ ଗୋଟିଏ ନଡିଆରେ ବିବାହ ରିତି ଶେଷ କରିବାକୁ କନ୍ୟାପକ୍ଷଙ୍କୁ ନିବେଦନ କରିଥିଲେ। ଏଣୁ ବରକୁ ତିଲକରେ କନ୍ୟାପକ୍ଷ ଦେଇଥିବା ୫ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେବା ସହ ମାତ୍ର ୧୨୫ ଟଙ୍କା ଓ ଗୋଟିଏ ନଡିଆରେ ବିବାହ କର୍ମସମ୍ପନ୍ନ କରିଛନ୍ତି।

{"id":217772,"width":581,"height":356,"sizeSlug":"large"}

ସେହିପରି ବିବାହ ପରେ କନ୍ୟପକ୍ଷ ପ୍ରଦାନ କରିବାକୁ ଥିବା ଉପହାରକୁ ମଧ୍ୟ ବରପକ୍ଷ ମନା କରିଦେଇଛନ୍ତି। ବର ପିତା ମହେନ୍ଦ୍ର ସିଂ ଓ କାକା ସୁରେନ୍ଦ୍ର ସିଂହ ଆମକୁ ବୋହୂ ଦରକାର ଯୌତୁକ ନୁହେଁ ବୋଲି କହିବା ଉପସ୍ଥିତି ଲୋକେ ସାଧୁବାଦ ଦେଇଥିଲେ। ବରଯାତ୍ରୀରେ ଆସିଥିବା ଲୋକେ ଏହି ନିଆରା ବିବାହରେ ବେଶ୍ ଉତ୍ସାହିତ ହେବା ସହ ବରର ସାଙ୍ଗ ଶଙ୍କର ଲାଲ ଗୁର୍ଜ୍ଜର ଏହା ଅନନ୍ୟ ପରମ୍ପରା ସୃଷ୍ଟି କରିଥିବା କହିବା ସହ ଏଥିଲାଗି ଲୋକଙ୍କୁ ଉତ୍ସାହିତ କରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.