ବାଲେଶ୍ବରର ନବ ନିର୍ବାଚିତ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଜୀବନଶୈଳୀକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା, ନିମ୍ବ ଦାନ୍ତକାଠିରୁ ନଳକୂଅରେ ଗାଧୋଇବା ସବୁ ହେଉଛି ଭାଇରାଲ୍

Published By : Prameya-News7 Bureau | May 28, 2019 IST

ନୀଳଗିରି (ବ୍ରଜକିଶୋର ପାଣି) ୨୮|୫: ବାଲେଶ୍ଵର ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ନୂତନ କରି ବିଜେପି ଦଳରୁ ନିର୍ବାଚିତ ସାଂସଦ ପ୍ରତାପ ସଢଙ୍ଗୀଙ୍କ ଜୀବନ ଶୈଳୀ ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚା।ସୋସିଆଲ ମିଡ଼ିଆରେ ତାଙ୍କର ଜୀବନ ଶୈଳୀ, ନିର୍ମଳ ଭାବ ମୂର୍ତ୍ତି ଫୋଟୋ ପୋଷ୍ଟ କରି ତାଙ୍କୁ ଏବେ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ଦେବାପାଇଁ ଦାବି ହୋଇଛି।

{"id":116810}

ଏ ହେଉଛି ସେଇ କୁଡ଼ିଆ ଯାହାକୁ ନେଇ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚା। ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ଧୋବାଶିଳା ପଞ୍ଚାୟତ ଗୋପୀନାଥପୁରର ଏ ହେଉଛି ବ୍ରାହ୍ମଣ ଶାସନ। କାହାଳିଆ ଗ୍ରାମରେ ଜନ୍ମିତ ପ୍ରତାପ ସଢଙ୍ଗୀ ଏହି ଗ୍ରାମରେ ପିଲାଦିନୁ ରହି ଆସିଛନ୍ତି। ତାଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି।

{"id":116811}

ପିଲାଟି ଦିନରୁ ଧାର୍ମିକ ଭାବନା ନେଇ ସେ ବିଶ୍ବହିନ୍ଦୁପରିଷଦ, ବଜରଙ୍ଗ ଦଳ, ଆରଏସଏସ ସଂଘ ପରିବାର ସହିତ ଜଡିତ। ଏପରିକି ଦୁର୍ଗା ବାହିନୀ ହେଉ କି ମଦ ବିରୋଧୀ ଆନ୍ଦୋଳନରେ ସେ ସାରା ରାଜ୍ୟରେ ନେତୃତ୍ବ ନେଇଛନ୍ତି।ନୀଳଗିରି କଲେଜରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ବେଳେ ସାମାଜିକ କାର୍ଯ୍ୟରେ ସେ ସର୍ବଦା ନିୟୋଜିତ ରହୁଥିଲେ।

{"id":116812}

ପ୍ରତାପ ଷଡଙ୍ଗୀ ୨୦୦୪ ମସିହାରେ ବିଜେପିରୁ ଟିକେଟ ପାଇ ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ପୁଣି ୨୦୦୯ରେ ବିଜେପି ଟିକେଟ ପାଇଥିଲାବେଳେ ଟିକେଟ ହଜାଇ ସ୍ବାଧୀନ ଭାବେ ଦ୍ବିତୀୟ ଥର ମଧ୍ୟ ବିଧାନସବାକୁ ନିର୍ବାଚିତ ହୋଇଥିଲେ। ସଚ୍ଚୋଟ ପଣିଆକୁ ନିଜର ଅଳଙ୍କାର ଭାବି ଦୁଇ ଦୁଇ ଥର ବିଧାୟକ ହୋଇ ମଧ୍ୟ ଦୁର୍ନୀତି ଭଳି କଳଙ୍କ ତାଙ୍କ ଦେହରେ ଲାଗିବାକୁ ଦେଇ ନଥିଲେ।

{"id":116813}

ତାଙ୍କର ଏଭଳି ବରିଷ୍ଠ ବ୍ୟକ୍ତିତ୍ବ, ଜୀବନଶୈଳୀ ପାଇଁ ଶଙ୍କରାଚାର୍ଯ୍ୟ ଓ ରାଜ୍ୟପାଳ ତାଙ୍କ ଘର ଦେଖିବାକୁ ବୁଲି ଆସିଥିଲେ । ଏପରିକି ରାଜ୍ୟପାଳ ଗଣେଶି ଲାଲ ଚାଣକ୍ୟ ଙ୍କ ନାମ ଶୁଣିଥିଲେ ତାଙ୍କ କୁଡ଼ିଆ ଦେଖିନଥିଲେ ଆଉ ତାହା ଦେଖିବାକୁ ପାଇଥିଲେ ବୋଲି କହି ତାଙ୍କୁ ଚାଣକ୍ୟ ସହ ତୁଳନା କରିଥିଲେ ।

{"id":116814}

ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀ ଚାଣକ୍ୟ ବୁଦ୍ଧି ପ୍ରୟୋଗ କରି ବିଜେଡିର ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ବିଜେପିରେ ସାମିଲ କରି ଜିତାଇବା ସହ ନିଜେ ମଧ୍ୟ ବାଲେଶ୍ଵର ସାଂସଦ ଭାବେ ବିଜୟୀ ହୋଇଛନ୍ତି। ତେବେ ଏହାପରେ ତାଙ୍କ ସମର୍ଥକ ତାଙ୍କର ଜୀବନ ଶୈଳୀକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚା କରିଛନ୍ତି।

{"id":116815}

ପ୍ରତାପଙ୍କ ନିମ୍ବ ଦାନ୍ତକାଠି ସଂଗ୍ରହ ର ଫୋଟୋ ସହ ନଳକୂପରେ ଗାଧୋଇବା, ପୂଜାର୍ଚ୍ଚନା କରିବା ଭଳି ଫୋଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରତାପ ସର୍ବଦା ତଳେ ବସିବାକୁ ଓ ଶୋଇଇବାକୁ ଭଲପାଉଥିବା ବେଳେ ନିରାଡ଼ମ୍ବର ଜୀବନ ବିତାଇବାକୁ ଭଲପାଇଥାନ୍ତି।ଦୁଇ ଦୁଇ ଥର ବିଧାୟକ ହୋଇ ମଧ୍ୟ ଘରଟିଏ କରି ନପାରି ଏକ ଭଙ୍ଗା ଚାଳିରେ ରହିବା ତାଙ୍କର ସଚ୍ଚୋଟ ପଣିଆର ପ୍ରମାଣ ବୋଲି ଗ୍ରାମବାସୀ କହନ୍ତି।

{"id":116816}

ଏଭଳି ଏକ ବଳିଷ୍ଠ ବ୍ୟକ୍ତିତ୍ବ ଓ ନିର୍ମଳ ଚେହେରାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟିତ୍ବ ଦେବା ଦାବି କରିଛନ୍ତି ଅଞ୍ଚଳବାସୀ , ଏପରିକି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ କରି ଏଭଳି ଦାବି କରାଯାଇଛି।ତେବେ ଏନେଇ ପ୍ରତାପ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।ପିଲାଟି ଦିନରୁ ସେ ସେବା ମନୋଭାବ ରଖିବାକୁ ଭଲପାଉଥିବା ବେଳେ ନିରାଡ଼ମ୍ବର ଜୀବନ ଯାପନ କରିବାକୁ ପସନ୍ଦକରିଥାନ୍ତି।

{"id":116817}

ସଂସଦ ଭାବେ ବିଜୟୀ ପରେ ଓଡିଶା ଓ ଦେଶ  ପାଇଁ  ସେବାକରିବାର ସୁଯୋଗ ପାଇଥିବାବେଳେ ମନ୍ତ୍ରୀ ପାଇବା ଚର୍ଚ୍ଚା ଘଟଣା ନେଇ ସେ ସ୍ମିତ ହସରେ ଏହାକୁ ଏଡାଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ସେ ସେବା ମନୋଭାବ ରଖି ସେବା କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.