ନିଆରା ଢଙ୍ଗରେ ଚୀନକୁ ବିରୋଧ : ଚାଇନା ଆପ୍ ଡିଲିଟ୍ କଲେ ମିଳୁଛି ଡ୍ରାଏଫ୍ରୁଟ୍ସ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭/୦୬ : ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମଧ୍ୟରେ ହିଂସା ଘଟଣାରେ ୨୦ ଭାରତୀୟ ଯବାନ ଶହୀଦ ହେବାପରେ ଚୀନ ସାମଗ୍ରୀ ବହିଷ୍କାର ମାମଲା ଜୋର ଧରିଛି | ମୋବାଇଲରୁ ଚାଇନା ଆପ ମଧ୍ୟ ଡିଲିଟ କରିବାକୁ ଲୋକ ଅପିଲ କରୁଛନ୍ତି | ଚୀନ ସାମଗ୍ରୀ ବିକ୍ରିକୁ ନେଇ ବିଭିନ୍ନ ପ୍ରକାର ବିରୋଧ ପ୍ରଦର୍ଶନ ହେଉଛି | ଗୁଜରାଟରେ ଟିକିଏ ଅଲଗା ପ୍ରକାର ବିରୋଧ ପ୍ରଦର୍ଶନ ହେଉଛି | ଗୁଜରାଟରେ ଚାଇନା ଆପ ଡିଲିଟ କଲେ ୨୫୦ ଗ୍ରାମ ଡ୍ରାଏଫ୍ରୁଟ୍ସ ଦିଆଯାଉଛି ବୋଲି ଜଣାପଡିଛି |

{"id":292466,"sizeSlug":"large"}

ଗୁଜରାଟ ଆନନ୍ଦ ଜିଲ୍ଲାର ପେଟଲାଦ ଅଞ୍ଚଳରେ ବଣିକ ସଙ୍ଘ ନିଷ୍ପତ୍ତି ନେଇଛନ୍ତି ଯେ ଚାଇନା ଆପ ଅନଇନ୍ସଷ୍ଟଲ କଲେ ୨୫୦ ଗ୍ରାମ ଡ୍ରାଏଫ୍ରୁଟ୍ସ ଦିଆଯିବ | ଏହିଭଳି ଖବର ପ୍ରକାଶ ପାଇଁ ପରେ ବହୁ ସଂଖ୍ୟାରେ ଲୋକେ ଏହି ଅଭିଯାନରେ ସାମିଲ ହୋଇଥିଲେ | ବିଶେଷକରି ଯୁବପିଢ଼ି ନିଜ ମୋବାଇଲରୁ ଚାଇନା ଆପ ଟିକଟକ, ଲାଇକି ଆଦି ଆପ ଡିଲିଟ କରିଛନ୍ତି | ଯୁବକ ଯୁବତୀମାନେ ଲାଇନରେ ଛିଡା ହୋଇ ଆପ ଡିଲିଟ କରୁଛନ୍ତି ଏବଂ ଡ୍ରାଏଫ୍ରୁଟ୍ସ ପ୍ୟାକେଟ ନେଇ ଯାଉଛନ୍ତି |

{"id":292467,"sizeSlug":"large"}

ଲୋକେ ନିଜ ଦେଶ ପାଇଁ ବର୍ତ୍ତମାନ ଚାଇନା ଆପ ଡିଲିଟ କରିବା ସହ ଚୀନ ସାମଗ୍ରୀ ବ୍ୟବହାର କରିବାକୁ ବିରୋଧ କରୁଛନ୍ତି | ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଲୋକପ୍ରିୟ ଚାଇନା ଆପ ଡାଉନଲୋଡ଼ ବହୁ ମାତ୍ରାରେ କମିଯାଇଛି | ଏଥିରେ TikTok, Bigo Live, PUBG, Likee, Helo ଆପ ସାମିଲ ରହିଛି | ଚୀନ ପରେ ଭାରତରେ ସବୁଠାରୁ ଅଧିକ ୟୁଜର୍ସ ଥିବା ଟିକଟକ ଆପ ଡାଉନଲୋଡ଼ ବହୁତ ହ୍ରାସ ପାଇଛି | ଏପ୍ରିଲ ତୁଳନାରେ ମେ ମାସରେ ୫ ପ୍ରତିଶତ ଡାଉନଲୋଡ଼ ହ୍ରାସ ପାଇଛି | ମେ ତୁଳନାରେ ଜୁନ ମାସରେ ଟିକଟକ ଡାଉନଲୋଡ଼ ୩୮ ପ୍ରତିଶତ ହ୍ରାସ ପାଇଛି | ଚଳିତ ବର୍ଷ ପ୍ରଥମ ୩ ମାସରେ ଟିକଟକ ଆପ ୨୦୦ କୋଟି ଡାଉନଲୋଡ଼ ହୋଇଥିଲା | ଏଥିରୁ ଭାରତରେ ୩.୩ ପ୍ରତିଶତ ଡାଉନଲୋଡ଼ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.