Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

ବିରଳ ପ୍ରଜାତିର ଇଗଲ୍ ଉଦ୍ଧାର, ଆଣ୍ଡାମାନରେ ଦେଖାଯାଆନ୍ତି ଏହି ପକ୍ଷୀ

25/08/2020 at 10:41 AM

ଅନୁଗୁଳ ୨୫।୦୮: ଅନୁଗୁଳ ଜିଲ୍ଲା କୁସାସିଂହା ଗାଁରୁ ଏକ ବିରଳ ପ୍ରଜାତିର ଇଗଲ ଉଦ୍ଧାର ହୋଇଛି । ଖାସ୍‌ କରି ଏହି ବିରଳ ପ୍ରଜାତିର ପକ୍ଷୀମାନଙ୍କୁ ଆଣ୍ଡାମାନରେ ଦେଖିବାକୁ ମିଳିଥାଏ । ତେବେ ଅନୁଗୁଳ ଅଞ୍ଚଳରେ ଏହି ବିରଳ ପ୍ରଜାତି ପକ୍ଷୀକୁ ଦେଖିବାକୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି ।

କରୋନା ସମୟରେ ପରିବେଶ ସନ୍ତୁଳନ ହେଉ କିମ୍ବା କୋଳାହଳ ଶୁନ୍ୟ ଯୋଗୁଁ ହୁଏତ ଏ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଛି ବୋଲି ଅନୁମାନ କରାଯାଉଛି। ତେବେ ଏହି ବିରଳ ପକ୍ଷୀର ଲମ୍ବ ପ୍ରାୟ ଦେଢ଼ ଫୁଟ, ଉଚ୍ଚତା ଏକ ଫୁଟ, ଓଜନ ପ୍ରାୟ ୨ କେଜି ଏବଂ ଡେଣା ପ୍ରାୟ ୪ ଫୁଟ ଲମ୍ବ ହେବ ବୋଲି ସୂଚନା ରହିଛି । ପକ୍ଷୀଟିର ବୟସ ୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

ଇଗଲ ପ୍ରଜାତିର ପକ୍ଷୀଟିର ନାମ “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ବୋଲି ଜଣାପଡ଼ିଛି। ସମସ୍ତ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ମୁଖ୍ୟତଃ ସବୁ ପ୍ରକାରର ସରୀସୃପ ମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ତେବେ  ହଠାତ ଏହି ପକ୍ଷୀଟି ଅନୁଗୁଳ ଅଞ୍ଚଳର ଅବନୀ ରାଉତଙ୍କ ଘରକୁ ପସି ଆସିଥିଲା । ତୁରନ୍ତ ସ୍ଥାନୀୟ ସର୍ପମିତ୍ର ଆଦିତ୍ୟ ବେହେରା ଏବଂ ସଂଜୟ ବେହେରାଙ୍କୁ ଉଦ୍ଧାର ପାଇଁ ଖବର ଦିଆଯାଇଥିଲା । ସେମାନେ ସତର୍କତାର ସହ ଏହି ବିରଳ ପକ୍ଷୀ ଇଗଲକୁ ଉଦ୍ଧାର କରିଛନ୍ତି । ପରେ  ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ  ଏବିଷୟରେ ସବିଶେଷ ତଥ୍ୟ ଦେଇଥିଲେ । ତୁରନ୍ତୁ ପକ୍ଷୀଟିକୁ ଚିକିତ୍ସା କରାଯାଇଥିଲା , ଏବଂ ସେ ସୁସ୍ଥ ଥିବା ଜଣାପଡିବା ପରେ ପ୍ରାକୃତିକ ଆବାସସ୍ଥଳୀରେ ପକ୍ଷୀଟିକୁ ଛାଡି ଦିଆଯାଇଛି।

   Related Posts