ବର୍ଷେ ଯାଏଁ ଏଠି ଲକ୍ଷ୍ମୀ-ନାରାୟଣଙ୍କ ହୁଏନି ଭେଟଘାଟ, ମୁହଁ ବି ଚାହାନ୍ତିନି ପରସ୍ପରର

Published By : Prameya-News7 Bureau | March 19, 2019 IST

କେନ୍ଦ୍ରାପଡା୧୯|୩(ମାତୃଦତ୍ତ ମହାନ୍ତି): ଏମିତି ଜଣେ ଠାକୁର ଅଛନ୍ତି ଯାହାଙ୍କ ପାଖରେ ଲାଗେ ନାହିଁ ଭକ୍ତର ଭୋଗ। ଏମିତି ଜଣେ ଲକ୍ଷ୍ମୀ-ନାରାୟଣ ଅଛନ୍ତି ଯେକି ବର୍ଷ ସାରା ପରସ୍ପରର ମୁହଁ ଚାହଁ।ନ୍ତି ନାହିଁ। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରାଜନଗର ଗଁ।ରେ ପୂଜା ପାଉଥିବା ରାଧାକାନ୍ତଜୀଉ ଏବଂ ଡେରାବିଶ ଗଁ।ରେ ପୂଜା ପାଉଥିବା ଲକ୍ଷ୍ମୀ ଠାକୁରାଣୀଙ୍କର ଏ ହେଉଛି କାହାଣୀ। ଖାଲି ମଣିଷ ନୁହନ୍ତି, ଦେବା ଦେବୀ ମଧ୍ୟ ମଣିଷ ପରି ଏମିତି ନାନା ପରମ୍ପରା ଓ ଚଳଣୀରେ ବନ୍ଧା। ବର୍ଷରେ ଥରେ ମାତ୍ର ଉଭୟଙ୍କ ଭେଟ ହୁଏ। ଆଉ ଭେଟ ବଳେ ପରସ୍ପରକୁ ଫୁଲ ଦେଇ ଅଭିବାଦନ ଜଣାନ୍ତି ଲକ୍ଷ୍ମୀ-ନାରାୟଣ। 

{"id":95044}

ମା ଲକ୍ଷ୍ମୀ ଏବଂ ଭଗବାନ ନାରାୟଣଙ୍କ ମଧ୍ୟରେ ପ୍ରାୟ ୭ କିଲୋମିଟରର ବ୍ୟବଧାନ।କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଳକ୍ ରାଜନଗର ଗଁ।ରେ ରହନ୍ତି ରାଧାକାନ୍ତ ଜୀଉ ବା ସ୍ବୟଂ ନାରାୟଣ। ଆଉ ମା ଲକ୍ଷ୍ମୀ ରହନ୍ତି ଡେରାବିଶ ଗଁ।ରେ। ଉଭୟଙ୍କ ମଧ୍ୟରେ ବର୍ଷ ତମାମ କୌଣସି ସମ୍ପର୍କ ନଥାଏ। କେହି କାହାର ମୁହଁ ମଧ୍ୟ ଚାହଁ।ନ୍ତି ନାହିଁ। ତବେ ତ୍ରୟୋଦଶୀ ତିଥିରେ ପରସ୍ପରକୁ ଭେଟିବା ପାଇଁ ସ୍ବୟଂ ନାରାୟଣ ମା' ଲକ୍ଷ୍ମୀଙ୍କ ନିକଟକୁ ନିମନ୍ତ୍ରଣ ପଠାନ୍ତି। ନିମନ୍ତ୍ରଣ ପାଇଲେ ମା ଲକ୍ଷ୍ମୀ ରାଜନଗର ଗଁ।ରେ ହେଉଥିବା ମେଲଣରେ ପହଁଚି ପ୍ରଭୁ ନାରାୟଣଙ୍କୁ ଦର୍ଶନ ଦିଅନ୍ତି। ମେଲଣ ପଡିଆକୁ ଯିବା ପୂର୍ବରୁ ଉଭୟଙ୍କ ମିଳନ ପାଇଁ ଥିବା ରୋଷଣୀ ପଡିଆରେ ପରସ୍ପରକୁ ସୁଗନ୍ଧିତ ଫୁଲ ଓ ଅବିର ଦେଇ ଅଭିବାଦନ ଜଣାନ୍ତି। ସେହିଠାରେ ହିଁ ଉଭୟଙ୍କ ମଧ୍ୟରେ ଥିବା ମାନ ଅଭିମାନ ଭାଙ୍ଗିଯାଏ। ଆଳି ରାଜାଙ୍କ ଶାସନ ସମୟରେ ସ୍ଥାପନ ହୋଇଥିବା ଏହି ଦୁଇ ମନ୍ଦିର ଯେମିତି ପୁରୁଣା ଏହାର ପରମ୍ପରା ମଧ୍ୟ ବେଶ୍ ପୂରାତନ। 

{"id":95045}

  କେବଳ ମିଳନ ପର୍ବ ନୁହେଁ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ଏମିତି ଅନେକ ନିଆରା ପରମ୍ପରା ରହିଛି ଯାହାକି ଗବେଷକମାନଙ୍କୁ ଚକିତ କରିଦେଇଛି। ରାଜନଗରରୁ ଫେରିବା ପରେ ମା ଲକ୍ଷ୍ମୀ ତାଙ୍କ ବାସସ୍ଥାନ ଡେରାବିଶକୁ ଆସିବା ପାଇଁ ନାରାୟଣଙ୍କୁ ନିମନ୍ତ୍ରଣ କରନ୍ତି। ଲକ୍ଷ୍ମୀଙ୍କ ନିମନ୍ତ୍ରଣ ପାଇବା ପରେ ନାରାୟଣ ମଧ୍ୟ ସୈନ୍ୟ ସାମନ୍ତ ନେଇ ଡେରାବିଶ ଗଁ।କୁ ଆସି ’କସପା ମେଲଣ'ରେ ଯୋଗ ଦିଅନ୍ତି। ତବେ ଉଭୟ ଶେଷଥର ପାଇଁ ଏକତ୍ର ଓଳକଣା ମେଳଣରେ ଥାନପତି ଭାବେ ଯୋଗଦେଇ ଫେରି ଆସିବା ପରେ ପୁଣି ଭେଟଭାଟ ପାଇଁ ବର୍ଷଟିଏ ଅପେକ୍ଷା କରିବାକୁ ପଡେ।

{"id":95048}

କେବଳ ସେତକି ନୁହେଁ ଏହି ଦୁଇ ଦେବା ଦେବୀ ମେଳଣ ସମୟରେ କୌଣସି ଭକ୍ତ ଅଥବା ଶ୍ରଦ୍ଧାଳୁଙ୍କ ଭୋଗ ଗ୍ରହଣ କରନ୍ତି ନାହିଁ। ନିଜ ଘରୁ ଯାଇଥିବା ଭୋଗ ତାଙ୍କ ପାଖରେ ଲାଗି ହେବାର ଏକ ବହୁ ପୁରୁଣା ପରମ୍ପରା ମଧ୍ୟ ରହିଛି। ତବେ ସବୁଠାରୁ ବଡକଥା ହେଲା କେବଳ ଲକ୍ଷ୍ମୀ-ନାରାୟଣ ନୁହନ୍ତି ଉଭୟଙ୍କ ପୂଜକ ମଧ୍ୟ ବର୍ଷ ସାରା କେହି କାହାକୁ ନଭେଟିବାର ପରମ୍ପରା ରହିଛି। ସେହିପରି ମା ଲକ୍ଷ୍ମୀଙ୍କ ବିମାନକୁ ୧୬ଜଣ ଭାରୁଆ କାନ୍ଧେଇବାର ପରମ୍ପରା ରହିଥିବାବଳେ ପ୍ରଭୁ ନାରାୟଣଙ୍କ ବିମାନକୁ ୩୨ଜଣ ଭାରୁଆ କାନ୍ଧରେ ବୋହି ମେଳଣ ପଡିଆକୁ ନେଇ ଥାଆନ୍ତି।  

{"id":95046}

 ବର୍ଷରେ ଥରେ ମେଳଣ ପଡିଆରେ ହେଉଥିବା ଲକ୍ଷ୍ମୀ-ନାରାୟଣଙ୍କ ଏହି ବିରଳ ଭେଟଭାଟ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ରହିଥାଏ। ସାଧାରଣ ମଣିଷ ପରି ସ୍ବୟଂ ଭଗବାନ ମଧ୍ୟ ବିଭିନ୍ନ ସାମାଜିକ ଚଳଣୀ ଓ ପରମ୍ପରାରେ ବନ୍ଧା। 

{"id":95047}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.