ବିରଳ ଧଳା କାଉ ଉଦ୍ଧାର…
13/08/2020 at 9:48 AM

ଝାରସୁଗୁଡ଼ା ୧୩।୦୮: ଝାରସୁଗୁଡ଼ା ମୁଙ୍ଗାପଡ଼ା ଠାରେ ଏକ ବିରଳ ଧଳା କାଉକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ପରେ ବନ ବିଭାଗର କର୍ମଚାରୀଙ୍କୁ କାଉଟିକୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର କାଉଟିକୁ ବନ ବିଭାଗ ଝାରସୁଗୁଡ଼ା ରେଞ୍ଜ ଅଫିସରେ ରଖାଯାଇଛି । କାଉଟି ଉଡ଼ିବା ପାଇଁ ସକ୍ଷମ ହେଲେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବିକ, ବୁଧବାର ଅପରାହ୍ନରେ କାଉଟି ଏକ ଘର ଛାତରେ ଆସି ବସିଥିଲା । ସେ ଉଡ଼ି ପାରୁ ନଥିବା ଦେଖି ଘର ଲୋକେ ତାକୁ ଧରି ଏକ ପଞ୍ଜୁରୀରେ ରଖିଥିଲେ । ବନ ବିଭାଗକୁ ଏନେଇ ସୂଚନା ଦେବା ପରେ କାଉଟିକୁ ବନ ବିଭାଗ କର୍ମଚାରୀ ନେଇଥିଲେ ।