Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅଦ୍ଭୁତ ଶିଶୁପୁତ୍ର ଜନ୍ମ, ନାହିଁ ଗୋଡ : ଏସଏନସିୟୁ ୱାର୍ଡରେ ଚାଲିଛି ଚିକିତ୍ସା

14/05/2020 at 3:59 PM

ବାଲିଗୁଡା ୧୪।୫: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ସୁଡ୍ରା ପଞ୍ଚାୟତ ଟିକରବାଜୁ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ସୁଡ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକରବାଜୁ ଗ୍ରାମର ଜିତେନ୍ଦ୍ର ମଳିକଙ୍କ ସ୍ତ୍ରୀ ସାନନ୍ତିଙ୍କ ପ୍ରସବ ବେଦନା ହେବାରୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ  ତାଙ୍କର ବହୁ କଷ୍ଟରେ ପୁତ୍ର ସନ୍ତାନ ଜନ୍ମହେଲା ।

କିନ୍ତୁ  ଶିଶୁ ପୁତ୍ରଟି ଦେଖିବାକୁ  ଅତି ସୁନ୍ଦର କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଦୁଇଟି ଯାକ ଗୋଡ ନାହିଁ । ଶିଶୁଟିର ଓଜନ ଥିଲା ୧.୮୩୫ ଗ୍ରାମ । ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ସୁବିଧା ନବଜାତ ଶିଶୁ ନିମନ୍ତେ ନଥିବା ଯୋଗୁଁ ଏବଂ ଶିଶୁଟି ଅସୁସ୍ଥ ଥିବା ଯୋଗୁଁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ଓ ଏସଏନସିୟୁ ୱାର୍ଡରେ ଚିକିତ୍ସା ଚାଲିଛି ବର୍ତ୍ତମାନ ମା’ ଓ ଶିଶୁ  ଦୁହେଁ ଭଲ ଅଛନ୍ତି ।

   Related Posts