୩ଜଣଙ୍କ ଡିଏନଏ ସମ୍ମିଶ୍ରଣରେ ଜନ୍ମ ହେଲା ବିଶ୍ବର ସବୁଠୁ ବିରଳ ଏବଂ ଅଦ୍ଭୁତ ଶିଶୁ

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ ୧୧/୩: ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଯାହା ଶୁଣି ଆପଣ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯିବେ। ତିନିଜଣ ବାପା ମାଁଙ୍କ ଡିଏନଏକୁ ନେଇ ଏହି ସନ୍ତାନ ସୃଷ୍ଟି କରାଯାଇଛି । ତେଣୁ ଏହି ଶିଶୁକୁ ବିରଳ ଏବଂ ଅଦ୍ଭୁତ ବୋଲି କୁହାଯାଉଛି । ବାସ୍ତବରେ ଆମେରିକୀୟ ବୈଜ୍ଞାନିକମାନେ ଏହା କରିବାରେ ସକ୍ଷମ ହୋଇଛନ୍ତି ।

ଏହି ପଦ୍ଧତିରେ ଭ୍ରୃଣରେ ୩ଜଣଙ୍କ ଡିଏନଏକୁ ଏକାଠି ସାମିଲ କରାଯାଇଥିଲା ଏବଂ ସନ୍ତାନ ପ୍ରସବ କରାଯାଇଥିଲା। ମେକ୍ସିକୋରେ ୩ଜଣ ମାତା ପିତାଙ୍କ ଡିଏନଏ ନେଇ ସନ୍ତାନ ପ୍ରସବ କରାଇଛି ଆମେରିକୀୟ ମେଡିକାଲ୍ ଟିମ୍ ।

{"id":92607,"width":593,"height":319}

ଆମେରିକାର ଏକ ସ୍ବାସ୍ଥ୍ୟ ମ୍ୟାଗାଜିନ୍ ରୁ ଜଣାପଡ଼ିଛି ଯେ ୩ଜଣ ମାତା ପିତାଙ୍କ ଦ୍ବାରା ଜନ୍ମିତ ଶିଶୁ ପୂରାପୂରି ସୁସ୍ଥ ଅଛି ଏବଂ ଜନ୍ମ ହେବା ସମୟରେ କୈାଣସି ଅସୁବିଧା ହୋଇନଥିଲା। ଶିଶୁର ମାଆଙ୍କ ଶରୀରରେ ଲେଘ ସିଣ୍ଡ୍ରୋମ୍ ନାମକ ଏକ ରୋଗର ଜିନ୍ ଥିଲା,ଯେଉଁଥିରେ ମହିଳାଜଣକ ସ୍ବାୟୁ ପ୍ରଣାଳୀ ସମସ୍ୟାରେ ପୀଡ଼ିତ ଥିଲେ।

ଏହି ରୋଗ କାରଣରୁ ମାଆ ଜରିଆରେ ଏହି ରୋଗ ତାଙ୍କର ପ୍ରଥମ ଦୁଇ ଶିଶୁଙ୍କୁ ବ୍ୟାପିଥିଲା। ଏଥିପାଇଁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମହିଳାଙ୍କର ଥରେ କି ଦୁଇ ଥର ନୁହେଁ ଚାରିଥର ଗର୍ଭପାତ ହୋଇସାରିଛି। ଏହି ସମସ୍ୟାର ସମ୍ମୁଖୀନ ହେବାପରେ ମହିଳା ନିଜ ସ୍ବାମୀ ସହିତ ନ୍ୟୁୟର୍କର ନିଉ ହୋପ୍ ଫର୍ଟିଲିଟି ସେଣ୍ଟରର ଚିକିତ୍ସକ ଡନ୍ ଝୈଙ୍ଗଙ୍କ ସାହାଯ୍ୟ ନେବାକୁ ପହଞ୍ଚିଥିଲେ। ସେଠାରେ ଏହି ବିରଳ ଚିକିତ୍ସା ମାଧ୍ୟମରେ ସେ ତିନିଜଣଙ୍କ ଡିଏନଏକୁ ଶୁକ୍ରାଣୁରେ ସାମିଲ କରି ତାଙ୍କ ଗର୍ଭରେ ସ୍ଥାପନା କରାଯାଇଥିଲା ।  ସେ ସଫଳଭାବେ ଶିଶୁଟିକୁ ଜନ୍ମ ଦେଇଥିଲେ ।

{"id":92608,"width":592,"height":399}

ସୂଚନା ଅନୁସାରେ ଆମେରିକାରେ ଏହି ନୂଆ ପଦ୍ଧତି ଜରିଆରେ ୩ଜଣ ବାପା ମାଆଙ୍କ ଦ୍ବାରା ଶିଶୁ ଜନ୍ମ କରିବା ଅବୈଧ ଅଟେ। ଏହାର ଅନୁମତି ଆମେରିକା ସରକାର ଦେଇ ନାହାନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.