ମାସ୍କ ଖୋଲି ମୁହଁ କୁଣ୍ଡାଇଲା ଚୋର, ସିସିଟିଭି ଫୁଟେଜ୍‌ ଦେଖି ଧରିନେଲା ପୋଲିସ

Published By : Prameya-News7 Bureau | January 03, 2021 IST

କୋଲକାତା ୦୩/୦୧: କରୋନା ଭାଇରସ୍‌ ପାଖରୁ ରକ୍ଷା ପାଇବାକୁ ଲୋକେ ମାସ୍କ ପିନ୍ଧୁଛନ୍ତି। ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକେ ବ୍ୟବହାର କରୁଥିବା ମାସ୍କ ଏବେ ପୋଲିସ ପାଇ ଚିନ୍ତାର କାରଣ ପାଲଟିଛି। ମାସ୍କର ସାହାରା ନେଇ ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଛନ୍ତି ଅପରାଧି। କିନ୍ତୁ କୋଲକାତାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି।

ମୁଁହରେ ମାସ୍କ ଦେଇ ଖସିଯାଉଥିବା ଚୋର କିନ୍ତୁ ପୋଲିସ ହାତରେ ଧରାପଡ଼ିଛି। ଚୋରଟି ମାସ୍କ ବାହାର କରି ମୁଁହ କୁଣ୍ଡାଉଥିବା ବେଳେ ସିସିଟିଭିରେ କଏଦ ହୋଇଥିଲା। ପରେ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଛି। ଧରାପଡ଼ିଥିବା ଚୋରର ନାଁ ରତନ ଭଟାଚାର୍ଯ୍ୟ। ଜିଞ୍ଜିରା ବଜାର ଅଞ୍ଚଳରେ ରହୁଥିବା ରତନ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା। କିନ୍ତୁ କରୋନା କାଳରେ ଚାକିରୀ ଯିବାରୁ ଚୋରିକୁ ବୃତ୍ତି କରିଛି ବୋଲି କହିଛି।

ମିଳିଥିବା ସୂଚନା ଅନୁସାରେ ରତନ ୨୫ ଡିସେମ୍ବର ୨୦୨୦ରେ କିଡ୍ଡରପୋର ସପିଂ ମଲ୍‌ରେ କିଣାକିଣି କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଟାର୍ଗେଟ କରିଥିଲା। ମହିଳା ଜଣଙ୍କ ଧ୍ୟାନ୍‌ ସାମାନ୍ୟ ଅନ୍ୟ ଜିନିଷ ଉପରକୁ ଚାଲିଯିବାରୁ ରତନ ତାଙ୍କ ବ୍ୟାଗ ନେଇ ଦୌଡ଼ି ପଳାଇଥିଲା। ମହିଳାଙ୍କ ବ୍ୟାଗରେ ୯୯, ୩୦୦ ଟଙ୍କ, ୧୦ ଡଲାର ଓ ୭୦୦ ୟୁରୋ ଥିଲା। ରତନ ବ୍ୟାଗ୍‌ ନେଇ ଯିବା ବେଳେ ମୁଁହରେ ମାସ୍କ ପିନ୍ଧିଥିଲା। କିନ୍ତୁ ଅଜାଣତରେ ରତନ ମୁହଁରୁ ମାସ୍କ ବାହାର କରି ମୁହଁ କୁଣ୍ଡାଇଥିଲା।

ସାମ୍ନାରେ ଥିବା ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହେଉଥିଲା ବୋଲି ରତନ ଜାଣିପାରିନଥିଲା। ରତନ ମାସ୍କ ଖୋଲି ମୁଁହ କୁଣ୍ଡାଇବାରୁ ସିସିଟିଭିରେ ତାର ମୁହଁ ଆସିଯାଇଥିଲା। ଫଳରେ ପୋଲିସ ଚୋରକୁ ଧରି ପାରିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.