ଶରୀରରୁ ବାହାରୁଛି ସିନ୍ଦୁର, ପେଟରୁ ବାହାରୁଛି ପଥର : ଗୁଣିଗାରେଡ଼ି ସନ୍ଦେହରେ ଥାନାର ଦ୍ୱାରସ୍ଥ ହେଲେ ପରିବାର

Published By : Prameya-News7 Bureau | September 10, 2020 IST

କଳାହାଣ୍ଡି ୧୦।୦୯: ଶରୀରର ବିଭିନ୍ନ ସ୍ଥାନରୁ ସିନ୍ଦୁର ବାହାରୁଛି । ପେଟରୁ ବାହାରୁଛି ପଥର । ଘରେ ବି ଅଚାନକ ନିଆଁ ଲାଗିଯାଉଛି । ଏମିତି ଅଜବ ଘଟଣା ଘଟୁଛି କଳାହାଣ୍ଡି ଜିଲ୍ଲା ଯୋଡ଼ାବନ୍ଧ ଗାଁରେ ।

ଗୁଣିଗାରେଡ଼ି ଯୋଗୁଁ ଏପରି ଘଟୁଥିବା  ଅଭିଯୋଗ କରି ଗାଁର କିଶୋର ଚନ୍ଦ୍ର ସାହୁ, ସ୍ତ୍ରୀ ଅଞ୍ଜଳି  ନିଜ ୨ଟି ଛୋଟ ପିଲାଙ୍କୁ ଧରି ପଲମ ପୋଲିସ୍ ଫାଣ୍ଡିର ଦ୍ବାରସ୍ଥ ହୋଇଛନ୍ତି । ଏହି ଦମ୍ପତି ନିଜ ଜୀବନ ପ୍ରତି ବିପଦ ଥିବା ଏତଲାରେ ଦର୍ଶାଇଛନ୍ତି । ନିଜ ସଂପର୍କୀୟ ହିଁ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି ।

ପ୍ରମାଣ ସ୍ବରୂପ ଅଦ୍ଭୁତ ଘଟଣାର ଭିଡିଓ ମଧ୍ୟ ଦାଖଲ କରିଛନ୍ତି ଏହି ଦମ୍ପତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଭିଡିଓ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସଂପର୍କୀୟ ଗୁଣିଗାରେଡ଼ି କରିଥିବା ଅଭିଯୋଗ କରିଛନ୍ତି ଦମ୍ପତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.