ନିଆରା ଢଙ୍ଗରେ ପ୍ରଚାର : କାନ୍ଧରେ ମାଇକ୍ ଝୁଲାଇ ପାଦରେ ଚାଲି ଚାଲି ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର

Published By : Prameya-News7 Bureau | April 21, 2019 IST

ବେତନଟୀ ୨୧|୪: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ୨୩ତାରିଖରେ ୩ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

{"id":105628}

ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ବର ଲୋକସଭା ସହ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେବ । ଏହି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ମଧ୍ୟରେ ରହିଛି ବଡସାହି ନିର୍ବାଚନମଣ୍ଡଳୀ । ନିର୍ବାଚନ ମଣ୍ଡଳି ପୁନର୍ଗଠନ ପରେ ୨୦୦୯ ମସିହାରେ ନବ ଗଠିତ ବଡସାହି ନିର୍ବାଚନ ମଣ୍ଡଳିଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଏହି ବିଧାନସଭା ଆସନ ପାଇଁ ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ରବୀନ୍ଦ୍ର ସେଠି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି ।

{"id":105617}

ପୂର୍ବରୁ ଦୁଇ ଦୁଇ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରି ସାରିଥିବା ରବୀନ୍ଦ୍ର ଏଥର ନିଆରା ଢଙ୍ଗରେ ନିଜ ପାଇଁ ନିଜେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ପ୍ରଚାର ପାଇଁ ତାଙ୍କ ସହିତ କୌଣସି ସହଯୋଗୀ ସାଥିରେ ନାହାନ୍ତି, କିମ୍ବା କୌଣସି ଦୁଇ ଚକିଆ କି ଚାରି ଚକିଆ ଯାନ ମଧ୍ୟ ନାହିଁ । କାନ୍ଧରେ ଏକ ବେଟେରୀ ଚାଳିତ ମାଇକ୍ ଝୁଲାଇ ପାଦରେ ଚାଲି ଚାଲି ନିଜ ପାଇଁ ନିଜେ ପ୍ରଚାର ଚଳାଇଛନ୍ତି ରବୀନ୍ଦ୍ର ।

{"id":105618}

ଗତ ୨୦୦୯ ମସିହାରେ ସେ ସ୍ବାଧିନ ପ୍ରାର୍ଥୀ ଭାବେ ଟୋପି ଚିହ୍ନରେ ଓ ୨୦୧୪ ମସିହାରେ ଆପ୍ ପାର୍ଟିରୁ ଝାଡୁ ଚିହ୍ନରେ ଲଢିଥିଲେ । ଦୁଇ ଦୁଇ ଥର ନିର୍ବାଚନରେ ହାରିଲା ପରେ ମଧ୍ୟ ଚଳିତଥର ସ୍ବାଧୀନ ପ୍ରାର୍ଥୀ ଭାବେ ଚିଠିବାକ୍ସ ଚିହ୍ନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଚଳିତ ଥର ନିଜ ପାଇଁ ନିଜେ ପ୍ରଚାର ଚଳାଇଛନ୍ତି । ଏଥର ସେ ବହୁ ସଂଖ୍ୟାରେ ଭୋଟ୍ ପାଇ ବିଜୟୀ ହେବେ ବୋଲି ଆଶା ମଧ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.