ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାରର ଚିତ୍ର, ଦେଖିବାକୁ ଲୋକଙ୍କ ଭିଡ

Published By : Prameya-News7 Bureau | October 12, 2020 IST

ଖଲ୍ଲିକୋଟ  ୧୨।୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଭିନ୍ନ ପ୍ରକାର ପ୍ରଜାପତି ଦେଖିବାକୁ ମିଳିଛି । ଛତ୍ରପୁର ଏନଏସିର ଭାଷ୍କରରାଓପେଟା ସାହି ନିବାସୀ ତଥା ସାନ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ଘରକୁ ଏହି  ପ୍ରଜାପତି ଦୁଇ ତଳେ ଘରେ ବୁଲୁଥିଲା ଯେତେ ଓଡାଇଲେ ବି ସେ ଯାଉ ନଥିଲା ।

ସୋମବାର ସକାଳୁ କୃତିବାସଙ୍କ ଗୋଡ଼ ତଳେ ଆସି ବସିଲା ସେ ତାକୁ ଧରିବା ପରେ ପ୍ରଜାପତିର ପିଠିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୃସିଂହ ଅବତାରର ଛବି ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କ ପରିବାର ବର୍ଗ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ଆସିଯାଇଥିଲ। । ତେଣୁ ସେ ପ୍ରଜାପତିକୁ ଅତି ଭକ୍ତିରେ ସାଇତି ରଖିବା ସହ ଧୂପ ଦୀପ ଦେଇ ନଡିଆ ଭାଙ୍ଗି ପୂଜାଅର୍ଚ୍ଚନା କରୁଛନ୍ତି । ଏହାକୁ ଦେଖିବା ପାଇଁ ସାହି ପଡିଶାଙ୍କ ଭିଡ଼ ଜମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.