ଘରେ କିନ୍ନର ପାଳିଲେ ନିଆରା ରଜ : ମାନସିକ ବିକାରଗ୍ରସ୍ତଙ୍କୁ ନୂଆ ପୋଷାକ ପିନ୍ଧାଇ, ପିଠା ଖୁଆଇଲା ଦୁଃଖର ବନ୍ଧୁ ସଂଗଠନ

Published By : Prameya-News7 Bureau | June 14, 2021 IST

ଭଦ୍ରକ ୧୪/୬ : ଏଥର ରଜ ପାଳନ ହେଉଛି କିନ୍ତୁ ମଉଜ ପଡିଛି ଫିକା । ଗାଁ ମୁଣ୍ଡ ରେ ଦୋଳି ଖେଳ ନାହିଁ କି ତାସ ପାଲି ପଡି ନାହିଁ । ବନ୍ଧୁ ଘରକୁ ବୁଲିବା ସହ ମଉଜ କୁ ଯେମିତି କାରୋନାର ଲଗାଇଦେଇଛି ଗ୍ରହଣ । କିନ୍ତୁ ପରମ୍ପରାକୁ ଘର ଭିତରେ ରହି ପାଳନ କରୁଛନ୍ତି ଲୋକେ । ତେବେ ଭଦ୍ରକ ଜିଲ୍ଲାରେ ରଜ ଟିକେ ନିଆରା ଢଙ୍ଗରେ ପାଳନ କରିଛନ୍ତି କିନ୍ନର ।

wp:gallery {"ids":[465955],"linkTo":"none"} /wp:gallery

ଘରେ ଝୋଟି ଚିତା ପକାଇ ଠାକୁରଙ୍କୁ ପୂଜା କରିଛନ୍ତି । ଅଳତା ସାଙ୍ଗକୁ ମେହେନ୍ଦି ଲଗାଇ ନୂଆ ଲୁଗା ପିନ୍ଧିବା ସହ ଘର ଭିତରେ ଖୋଳିଛନ୍ତି ଦୋଳି । କରୋନା ପାଇଁ ବାହାରକୁ ନଯାଇ ଘର ଭିତରେ ଦୋଳି ଖେଳିଛନ୍ତି । କେବଳ ସେତିକି ନୁହେଁ ସମସ୍ତଙ୍କ ଶୁଭମନାସି ଠାକୁରଙ୍କୁ ପାର୍ଥନା କରିଛନ୍ତି ଯେ ଯେମିତି କାରୋନା ଦୂରେଇ ଯାଉ ।

wp:gallery {"ids":[465959],"linkTo":"none"} /wp:gallery

ସେହିପରି ଭଦ୍ରକର ସ୍ଵେଛାସେବୀ ସଂଗଠନ ଦୁଖର ବନ୍ଧୁ ନିଆରା ଭାବେ ରଜକୁ ପାଳନ କରିଛନ୍ତି । ସଂଗଠନର ସଦସ୍ୟ ମାନେ ବଜାରରେ ବୁଲି ବୁଲି ମାନସିକ ବିକାରଗ୍ରସ୍ତଙ୍କୁ ଭେଟିଥିଲେ । ସେମାନଙ୍କୁ ଗାଧୋଇ ଦେବା ସହ ଦାଢି କାଟିଥିଲେ । ପରେ ନୂଆ ଲୁଗା ପିନ୍ଧାଇ ପିଠା ଓ ମିଠା ଖୁଆଇଥିଲେ ।

wp:gallery {"ids":[465960],"linkTo":"none"} /wp:gallery

କେବଳ ଜଣେ ନୁହେଁ ଏମିତି ବହୁ ଆଶାୟ ଙ୍କୁ ମଧ୍ୟ ଶାଢୀ , ଡ୍ରେସ ଓ ପ୍ୟାଣ୍ଟ ସାର୍ଟ ପ୍ରଦାନ କରିଛନ୍ତି ସଂଗଠନର ସଦସ୍ୟ । ସେମାନଙ୍କ କହିବା କଥା ହେଲା ରଜର ପରମ୍ପରା ଅନୁଯାୟୀ ସମସ୍ତେ ପିଠା ଖାଇବା କଥା । କିନ୍ତୁ ଯେଉଁ ମାନେ ମାନସିକ ବିକାରଗ୍ରସ୍ତ ଓ ଆଶାହୀନ ସେମାନେ ମଧ୍ୟ ରଜକୁ ପାଳନ କରନ୍ତୁ , ନୂଆ ଲୁଗା ପିନ୍ଧନ୍ତୁ ଓ ପିଠା ମଧ୍ୟ ଖାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.