Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଏଥର ବୁନ୍ଦାଏ ଜଳ ପାଇଁ ପାକିସ୍ତାନ ଡହଳ ବିକଳ ହେବ , ୩ଟି ନଦୀର ଜଳ ଛଡାଯିବନି ପାକିସ୍ତାନକୁ : ଗଡକରୀ

21/02/2019 at 7:12 PM

ନୂଆଦିଲ୍ଲୀ୨୧|୨:ବୁନ୍ଦାଏ ପାଣି ପାଇଁ ଏବେ ପାକିସ୍ତାନ ଡହଳ ବିକଳ ହେବ । ପୁଲୱାମା ଆକ୍ରମଣ ଘଟଣା ପରଠୁ ପାକିସ୍ତାନ ବିରୋଧରେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିନ୍ଧୁ ରାଜିନାମା ସତ୍ତ୍ବେ ଭାରତରୁ ପାକିସ୍ତାନ ପ୍ରବାହିତ ହେଉଥିବା ୩ଟି ନଦୀର ଜଳ ପାକିସ୍ତାନ ପଟକୁ ନଛାଡିବା ପାଇଁ କେନ୍ଦ୍ର ଜଳ ସଂପଦ ବିଭାଗ ନିଷ୍ପତ୍ତି ନେଇଛି । ଏହି ତିନୋଟି ନଦୀ ହେଲା ବ୍ୟାସ, ରାବୀ ଓ ସତଲୁଜ । ଏହି ନଦୀର ଜଳ ଏଣିକି ପାକିସ୍ତାନକୁ ନଛଡି ପଞ୍ଜାବ ଏବଂ କାଶ୍ମୀରକୁ ଦିଆଯିବ ବୋଲି କେନ୍ଦ୍ର ଜଳସଂପଦମନ୍ତ୍ରୀ ନୀତିନଗଡକଟି କହିଛନ୍ତି ।

ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଗଡକରୀ କହିଥିଲେ ଯେ, ଏହି ତିନି ନଦୀର ଦଳକୁ ଯମୁନା ନଦୀକୁ ଛାଡିବା ପାଇଁ ବ୍ୟବସ୍ଥା କରାଯିବ ।ସୂଚନାଯୋଗ୍ୟ ଯେ, ସିନ୍ଧୁ ନଦୀ ଜଳ ରାଜିନାମା ଅନୁସାରେ ଭାରତ ଏଭଳି କରିପାରିବ ନାହିଁ । ଅତୀତରେ ମଧ୍ୟ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ତିନି ନଦୀର ଜଳ ଅଟକାଯାଇପାରିନଥିଲା । ତେବେ ସମସ୍ତ ଆନ୍ତର୍ଜାତିକ ଆଇନ କାନୁନ ଓ ରାଜିନାମାକୁ ପଛରେ ପକାଇ ପାକିସ୍ତାନଠାରୁ ପ୍ରତିଶୋଧ ନେବା ମୁଡରେ ରହିଛନ୍ତି କେନ୍ଦ୍ର ସରକାର ।

 

   Related Posts