Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବାଇକ୍ ଚଳାଉଥିଲେ ଜାଣି ରଖନ୍ତୁ ଏହି ସବୁ କଥା, ଦୁଇ ଚକିଆ ବାହନ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର

13/09/2020 at 5:25 PM

ନୂଆଦିଲ୍ଲୀ ୧୩।୯: ଯାତାୟାତ ସୁରକ୍ଷା ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ଦୁଇ ଚକିଆ ବାହନ ଚାଳନା କିପରି ଅଧିକ ସୁରକ୍ଷିତ ହୋଇ ପାରିବ ସେଥିଲାଗି ମଧ୍ୟ କିଛି ନୂଆ ଦିଶାନିର୍ଦ୍ଦେଶ କରିଛନ୍ତି। ନିକଟରେ ପରିବହନ ମନ୍ତ୍ରାଳୟ ନ୍ୟୁ ଗାଇଡଲାଇନ ଫର ଟୁ ହ୍ୱିଲର୍ସ ଜାରି କରିଛନ୍ତି। ଜାଣନ୍ତୁ ଏଥିରେ ସରକାର କରିଥିବା ନୂଆ ବ୍ୟବସ୍ଥା।

ଗତମାସରେ ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନରେ ବାଇକ୍‌ ଓ ସ୍କୁଟର ପଛରେ ବସୁଥିବା ଲୋକଙ୍କ ଲାଗି ହ୍ୟାଣ୍ଡ ହୋଲ୍ଡ ଜରୁରି କରିଥିଲେ। ଭାରତରେ ଚଳାଚଳ କରୁଥିବା ଅଧିକାଂଶ ବାଇକରେ ଏହି ସୁବିଧା ନାହିଁ। ଏଥିରେ ସରକାର ବାଇକ୍‌ ପଛରେ ବସି ଯାତାୟାତ କରୁଥିବା ଲୋକେ ଯେପରି ଅଧିକ ସୁରକ୍ଷିତ ହୋଇପାରିବେ ସରକାର ସେଥିଲାଗି ଏହି ଦିଶାନିର୍ଦ୍ଦେଶ ଜାରି କରିଥିଲେ। ସେହିପରି ବାଇକ ହେଉ ବା ସ୍କୁଟର ପଛପଟ ଉଭୟ ପାର୍ଶ୍ୱରେ ଫୁଟରେଷ୍ଟ ମଧ୍ୟ ଏଥିରେ ଅନିବାର୍ଯ୍ୟ କରାଯାଇଥିଲା।

ସେହିପରି ଗାଇଡଲାଇନରେ ସ୍କୁଟର ହେଉ ବା ମୋଟର ସାଇକେଲ ପଛରେ ବସି ଯାଉଥିବା ଯାତ୍ରୀଙ୍କ ପୋଷାକ ଯେପରି ଚକରେ ନ ଫସେ ସେଥିଲାଗି ବାମ ପଟ ପଛ ଚକର ଅଧାରୁ ଅଧିକ ଅଂଶ ଯେପରି ଘୋଡେଇ ହୋଇ ରହେ ସେଥିଲାଗି ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ପରିବହନ ମନ୍ତ୍ରାଳୟ ବାଇକ୍, ମୋପେଡ ଓ ସ୍କୁଟରରେ ହାଲୁକା କଣ୍ଟୈନର ପରିବନ ଲାଗି ମଧ୍ୟ ଗାଇଡଲାଇନରେ ସୂଚିତ କରିଛନ୍ତି।

ଏପରି କଣ୍ଟୈନର ଯେପରି ୫୫୦ ମିଲିମିଟରରୁ ଅଧିକ ଲମ୍ବା, ୫୧୦ ମିଲିମିଟରରୁ ଅଧିକ ଚୌଡା ଓ ୫୦୦ ମିଲିମିଟରରୁ ଯେପରି ଅଦିକ ଉଚ୍ଚ  ନ ହୁଏ  ସେହିପରି ବ୍ୟବସ୍ଥା କରିବାକୁ କହିଛନ୍ତି। ଯଦି ବାହନର ପଛସିଟ୍‌ରେ କଣ୍ଟୈନରକୁ ଲଗାଯାଏ ତେବେ ଚାଳକ ବ୍ୟତୀତ ବାହନରେ ଅନ୍ୟ କେହାକୁ ବସିବାକୁ ଅନୁମତି ମିଳିବ ନାହିଁ।

ସରକାର ଟାୟାର ପ୍ରେସରକୁ ନେଇ ମଧ୍ୟ ଗାଇଡଲାଇନରେ ମାର୍ଗ ଦର୍ଶନ ଦେଇଛନ୍ତି। ଏଥିରେ ୩.୫ ଟନ ପର୍ଯ୍ୟନ୍ତ ଓଜନର ବାହନ ନିମନ୍ତେ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ନିମନ୍ତେ ପରାମର୍ଶ ଦେଇଛନ୍ତି। ଏହି ବ୍ୟାବସ୍ଥାରେ ଚାକଳ ସେନସର ମାଧ୍ୟମରେ ଟାର ପ୍ରେସର ଜାଣି ପାରିବେ। ଏଥିସହ ମନ୍ତ୍ରାଳୟ ଗାଡ଼ି ସହ ଟାୟାର ରିପ୍ୟାର କିଟ୍‌ ଲାଗି ମଧ୍ୟ ପ୍ରସ୍ତାବ ରଖିଛନ୍ତି। ଏହି ନିୟମାବଳି ଲାଗୁ ହେବା ପରେ ଗାଡିରେ ଅତିରିକ୍ତ ଚକ ବା ଷ୍ଟେପିନର ଆବଶ୍ୟକତା ପଡିବ ନାହିଁ।

   Related Posts