କୋଣାର୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

Published By : Prameya-News7 Bureau | January 24, 2020 IST

କୋଣାର୍କ ୨୪।୧: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଗସ୍ତରେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସମେତ ଏଏସଆଇର ଅଧିକାରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । କୋଣାର୍କ ମନ୍ଦିର ବୁଲିବା ସହିତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ ।

{"id":215326,"sizeSlug":"large"}

ମନ୍ତ୍ରୀ କହିଥିଲେ ଯେ, କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ, ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବିକ କୋଣାର୍କ ଓ ପୁରୀକୁ ଆଇକୋନିକ ପ୍ଲେସର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପୁରୀ-କୋଣାର୍କ ପରି ଐତିହ୍ୟ ସ୍ଥାନର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।

{"id":215328,"sizeSlug":"large"}

ଏହାପରେ ଅପରାହ୍ନରେ ମେରାଇନ ଡ୍ରାଇଭ ନିକଟରେ ଚାଲୁଥିବା ଇକୋ ରିଟ୍ରିଟ ପରିସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟନ ମନ୍ତ୍ରୀମାନଙ୍କର ଏକ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.