Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ସାଂସଦ ସନି ଦେଓଲଙ୍କୁ ମୋଦି ସରକାରଙ୍କ ବଡ ଝଟକା,ଘଟଣା ଜାଣିବା ପରେ ଏବେ ଅନ୍ୟ ସାଂସଦ ବି ଛାନିଆ

6/10/2019 at 3:32 PM

ପଠାନକୋଟ୍ :  ନୂଆଦିଲ୍ଲୀ-କଟରା ମଧ୍ୟରେ ଚଳାଚଳ ଆରମ୍ଭ କରିଛି ସୁପରଫାଷ୍ଟ ‘ବନ୍ଦେ ଭାରତ ଏକ୍ସପ୍ରେସ୍’। ତେବେ ଦିଲ୍ଲୀ ଓ କଟରା ମଧ୍ୟବର୍ତ୍ତୀ ପଠାନକୋଟର କେଣ୍ଟ ଷ୍ଟେସନରେ ଟ୍ରେନର ଏକ ଷ୍ଟପେଜ ହେଉ ବୋଲି ବିଜେପି ସାଂସଦ ସନି ଦେଓଲ କେନ୍ଦ୍ର ରେଳମନ୍ତ୍ରାଳୟଙ୍କୁ ନିବେଦନ କରିଥିଲେ। ଏଣୁ ଆଶାଥିଲା ଟ୍ରେନର ଚଳାଚଳ ଆରମ୍ଭ ହେଲେ ସେଠାରେ ଷ୍ଟପେଜ କରିବ। ତେବେ ଶନିବାରଠାରୁ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଷ୍ଟେସନରେ ନ ଅଟକିବା ସରକାରୀ ଦଳର ସାଂସଦ ସନ୍ନିଦେଓଲଙ୍କ ଲାଗି ଅପମାନଜନକ ପରିସ୍ଥିତି ସୃଷ୍ଟି କରିଛି। 

ବଲିଉଡ୍ ଅଭିନେତା ସନି ଗତ ସାଧାରଣ ନିର୍ବାଚନରେ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱୀତା କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସରକାରୀ ଦଳର ସାଂସଦ ହୋଇଥିବାରୁ ତାଙ୍କ ଦାବିକୁ ଅଗ୍ରାଧିକାର ମିଳିବ ବୋଲି ସେ ଭାବିଥିଲେ। ଏଣୁ ଟ୍ରେନର ଉଦଘାଟନୀ ଯାତ୍ରା ଲାଗି  ସନି କେଣ୍ଟ ଷ୍ଟେସନକୁ ବି ଆସିଥିଲେ। ଦ୍ରୁତଗାମୀ ଟ୍ରେନକୁ ଦେଖିବାକୁ ଷ୍ଟେସନରେ ଲୋକଙ୍କ ଭିଡ ମଧ୍ୟ ଜମିଥିଲା। ସାଙ୍ଗକୁ ସାଂସଦ ପୂର୍ବରୁ ନିବେଦନ କରିଥିବାରୁ ଷ୍ଟେସନରେ ଟ୍ରେନ ରହିଲେ ଲୋକେ ବନ୍ଦେ ଭାରତରେ ଯାତ୍ରାକରିବାର ପ୍ରଥମ ଅନୁଭବ ନେବେ ବୋଲି ମଧ୍ୟ ଭାବିଥିଲେ।

ତେବେ ଟ୍ରେନ ଆସିଲା ଓ ଷ୍ଟେସନକୁ ନିମିଷେକ ମଧ୍ୟରେ ପାର ହୋଇ ଚାଲିଗଲା। ଫଳରେ କେଣ୍ଟ ଷ୍ଟେସନରୁ ବନ୍ଦେ ଭାରତରେ ଯାତ୍ରା ଲାଗି ଆଶାୟୀ ଯାତ୍ରୀଙ୍କ ମନ ମଉଳି ଯାଇଥିବା ବେଳେ ସାଂସଦ ମଧ୍ୟ ଅପମାନ ବୋଧ କରିଛନ୍ତି। ବନ୍ଦେଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଅତ୍ୟାଧୁନିକ ସୁପରଫାଷ୍ଟ ଟ୍ରେନ୍। ଏହି ଟ୍ରେନରେ ନୂଆଦିଲ୍ଲୀରୁ କଟରା ଯାତ୍ରା ଏବେ ପୂର୍ବାପେକ୍ଷା ୪ ଘଣ୍ଟା ହ୍ରାସ ହୋଇଛି। ଏହାଛଡା ଟ୍ରେନରେ ଅନେକ ଅତ୍ୟାଧୁନିକ ସୁବିଧା ସୁଯୋଗ ବି ରହିଛି। ଏଣୁ ଟ୍ରେନର ଷ୍ଟପେଜ ଲାଗି ସରକାରୀ ଦଳର ସାଂସଦ ଦାବି କରିବା ସ୍ୱଭାବିକ। ହେଲେ ବିକାଶ ରାସ୍ତାରେ ମୋଦି ସରକାର ଏବେ ନିଜ ପର ଭାବନା ଛାଡିଦେଇଥିବା ଏହି ଘଟଣା ସ୍ପଷ୍ଟ  କରିଦେଇଛି। ଏଣୁ ଘଟଣାକୁ ନେଇ ବିଜେପିର ଅନ୍ୟ ସାଂସଦମାନେ ମଧ୍ୟ ଏବେ ଚେତି ଯାଇଛନ୍ତି।  

   Related Posts