ରମଜାନରେ ସାମାଜିକ ଦୂରତା ରକ୍ଷା ଲାଗି ୱାକଫବୋର୍ଡଙ୍କୁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬।୪: ଆସନ୍ତା ସପ୍ତାହରୁ ଇସ୍ଲାମ ଧର୍ମର ପବିତ୍ର ରମଜାନ ମାସ ଆରମ୍ଭ ହେବ । ଲୋକେ ରୋଜା ରଖିବା ସହ ଇପ୍ତାରର ଆୟୋଜନ କରିବେ। ତେବେ କରୋନା ଜନିତ ପରିସ୍ଥିତିରେ ଧାର୍ମିକ ନୀତି ନିୟମ ପାଳନଲାଗି ଯେପରି ସାମାଜିକ ଦୂରତା ଉଲ୍ଲଂଘନ ନ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଲାଗି ସମସ୍ତ ୱାକଫବୋର୍ଡଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକବୀ ନିର୍ଦ୍ଦେଶ ଦେଇଛନ୍ତି।

{"id":255242,"width":579,"height":340,"sizeSlug":"large"}

ଏ ନେଇ କେନ୍ଦ୍ରମନ୍ତ୍ରୀ ସମସ୍ତ ରାଜ୍ୟ ୱାକଫବୋର୍ଡ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଥିବା ବେଳେ ରମଜାନ ନମାଜ ଓ ଇଫ୍ତାର ନେଇ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି। ଲୋକେ ସାମୂହିକ ନମାଜରେ ଯେପରି ଏକତ୍ର ନ ହୁଅନ୍ତି ଓ ଘରେ ରହି ଇଫ୍ତାର ପାଳନ କରନ୍ତି ସେଥିଲାଗି ସଚେତନ କରିବାକୁ ନକବୀ କହିଛନ୍ତି।

{"id":255243,"sizeSlug":"large"}

ଦେଶରେ ରମଜାନ ୨୪ ଅଥବା ୨୫ ଏପ୍ରିଲରୁ ଆରମ୍ଭ ହେବ। ଦେଶର ରାଜ୍ୟମାନଙ୍କରେ ଥିବା ୱାକଫ ବୋର୍ଡ ଅନ୍ତର୍ଗତ ଅନୁନ୍ୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ମସଜିଦ୍, ଇଦଗାହ, ଇମାମବାଡା ଓ ଦରଘା ପଞ୍ଜିକୃତ ଅଛନ୍ତି। ତେବେ ରମଜାନ ବେଳେ କୌଣସିଠାରେ ଯେପରି କେହି ସ୍ୱାସ୍ଥ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରତି ଅସହିଷ୍ଣୁ ଆଚରଣ ନକରନ୍ତି ପ୍ରଶାସନିକ ଅଧିକାରୀ ଓ ପରିମଳ କର୍ମଚାରୀଙ୍କ ସହ ଯେପରି ସମସ୍ତେ ସହଯୋଗ ରକ୍ଷା କରନ୍ତି ସେଥିପ୍ରତି ମଧ୍ୟ ନକବୀ ସତର୍କ କରିଦେଇଛନ୍ତି।

{"id":255244,"width":577,"height":380,"sizeSlug":"large"}

ସେହିପରି ରମଜାନ ସମୟରେ ଭ୍ରମାତ୍ମକ ଖବର ଓ ଗୁଜବ ପ୍ରତି ଧ୍ୟାନ ନଦେବାକୁ ମଧ୍ୟ ନକବୀ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ମାର୍ଗଦର୍ଶନ ପାଳନ ସୁନିଶ୍ଚିତ କରିବାକୁ ୱାକଫବୋର୍ଡମାନଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ୱାକଫ ପରିଷଦ ରମଜାନ ପାଳନ ବେଳେ ସେମାନଙ୍କର ଧାର୍ମିକ ଦାୟିତ୍ୱ ପାଳନ କରିବେ ବୋଲି ନକବୀ ଆଶାପୋଷଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.