Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପିତାମାତା କୋଭିଡ-୧୯ ପଜିଟିଭ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱତନ୍ତ୍ର କାଜୁଆଲ ଲିଭ: ସରକାର

9/06/2021 at 6:50 PM

ନୂଆଦିଲ୍ଲୀ ୯।୬: କୋଭିଡ-୧୯ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଜନ ଅଭିଯୋଗ ଓ ପେନସନ୍‌ ମନ୍ତ୍ରାଳୟ ବୁଧବାର ବଡ ଘୋଷଣା କରିଛନ୍ତି। ଯଦି ପିତାମାତା ଅଥବା ପରିବାରର କେହି ସଦସ୍ୟ କୋଭିଡ-୧୯ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ କର୍ମଚାରୀଙ୍କୁ ୧୫ ଦିନ ସ୍ୱତନ୍ତ୍ର କାଜୁଆଲ ଲିଭ (ଏସସିଏଲ)ମଞ୍ଜୁର କରାଯିବ। ଯାହା ଆବଶ୍ୟକତା ସ୍ଥଳେ ସମ୍ପ୍ରସାରଣ ମଧ୍ୟ ହୋଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରିଛନ୍ତି।

ମନ୍ତ୍ରାଳୟ କୋଭିଡ-୧୯ ନେଇ କର୍ମଚାରୀଙ୍କ ନିମନ୍ତେ ଏକ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି। ମହାମାରୀ ସମୟରେ ଚିକିତ୍ସା, ହସ୍ପିଟାଲରେ ଭର୍ତ୍ତି ହେବା ଓ ସଙ୍ଗରୋଧରେ ରହିବା କାଳ ନେଇ ଏଥିରେ ବିସ୍ତୃତ ବିବରଣୀ ରହିଛି।  ଏ ନେଇ ସରକାରୀ କର୍ମଚାରୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ଏହି ଗାଇଡଲାଇନ ଜାରି ହୋଇଛି।  ଏଥିରେ ଜଣେ ସରକାରୀ କର୍ମଚାରୀଙ୍କୁ ୨୦ ଦିନ କମୁଟେଡ ଛୁଟି ଦିଆଯାଇପାରିବ। ଯଦି ନିଜେ ସରକାରୀ କର୍ମଚାରୀ କୋଭିଡ ଆକ୍ରାନ୍ତ ହୁଅନ୍ତି ଏହା ତାଙ୍କ ଲାଗି ମଧ୍ୟ ପ୍ରଜୁଯ୍ୟ। ଯେଉଁଦିନ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ମିଳିଥିବ ସେହି ଦିନରୁ ତାଙ୍କୁ ୨୦ ଦିନ ଛୁଟି ଦିଆଯିବ।

ଯଦି କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ଓ ତାଙ୍କ ଚିକିତ୍ସା ଅଧିକକାଳ ଧରି ଚାଲେ ତେବେ ତାଙ୍କ ଛୁଟି ସମ୍ପ୍ରସାରିତ ହୋଇପାରିବ। ହେଲେ ଏଥିପାଇଁ କର୍ମଚାରୀଙ୍କୁ ହସ୍ପିଟାଲର କାଗଜପତ୍ର ଉପସ୍ଥାପନ କରିବାକୁ ହେବ। ଏହା ଛଡା ଯଦି ସରକାରୀ କର୍ମଚାରୀ ସିଧାଶଳଖ କୋଭିଡ ସଂକ୍ରମିତଙ୍କ ସମ୍ପର୍କରେ ଆସିଥାନ୍ତି  ଓ ଏଥିପାଇଁ ତାଙ୍କୁ ଏକାନ୍ତ ବାସରେ ରହିବାକୁ ପଡେ ତେବେ ୭ ଦିନ ପର୍ଯ୍ୟନ୍ତ ସବୈତନିକ କାର୍ଯ୍ୟରୁ ଅବ୍ୟହତି ଦିଆଯିବ। ଏହି ଅବଧିକୁ ସେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବିଚାର କରାଯିବ। ମନ୍ତ୍ରାଳୟଙ୍କ ଏହି ଆଦେଶ ଜୁନ ୨୫ରୁ କାର୍ଯ୍ୟକାରୀ ହେବ।

   Related Posts