ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି: ରଥଯାତ୍ରା ପ୍ରସଙ୍ଗ ନେଇ ଶଙ୍କରାଚାର୍ଯ୍ୟ, ଗଜପତି, ମୁକ୍ତିମଣ୍ଡପ ସହ ଆଲୋଚନା ପାଇଁ ପରାମର୍ଶ

Published By : Prameya-News7 Bureau | April 18, 2020 IST

ଭୁବନେଶ୍ବର୧୮/୪: ଚଳିତବର୍ଷ ରଥଯାତ୍ରା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଚଳିତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା କିଭଳି ଆୟୋଜନ କରାଯିବ ସେ ସଂପର୍କରେ ଆଲୋଚନା କରିବା ପାଇଁ ଏହି ଚିଠିରେ ଲେଖାଯାଇଛି। ରଥଯାତ୍ରା ସଂପର୍କରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ଦଇତାପତି, ଶ୍ରୀମନ୍ଦିର ସେବାୟତ  ଓ ବୁଦ୍ଧିଜୀବୀମାନଙ୍କର ପରାମର୍ଶ ନିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଚିଠିରେ ଲେଖିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ଚଳିତବର୍ଷ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.