Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଢଙ୍ଗୀଙ୍କ ପତ୍ର: Covid-19ରେ ଛାତ୍ରଛାତ୍ରୀଙ୍କୁ ଛାଡ ହେଉ ସ୍କୁଲ ଫି’

27/08/2020 at 7:16 PM

ନୂଆଦିଲ୍ଲୀ ୨୭।୮: କରୋନା ଭାଇରସ ମହାମାରୀରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ଛାଡ ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ। କେନ୍ଦ୍ରମନ୍ତ୍ରୀ ଗୁରୁବାର ଲେଖିଥିବା ପତ୍ରରେ କୋଭିଡ ଜନିତ ପରିସ୍ଥିତି ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା  ଉଲ୍ଲେଖ କରିଛନ୍ତି। ଏଥିରେ ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଏବେ ଆର୍ଥିକ ଅନଟନ ଯୋଗୁ ପାଠପଢା ଅଧାରେ ଛାଡିବାକୁ ଯାଉଥିବା ସୂଚିତ କରିଛନ୍ତି।

ଷଢଙ୍ଗୀ ତାଙ୍କ ପତ୍ରରେ ଅନେକ ଛାତ୍ରଛାତ୍ରୀ ଏ ନେଇ ତାଙ୍କୁ ଆବେଦନ କରି ଜଣାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି। ଯେଉଁମାନଙ୍କ ଅଭିଭାବକ କୋଭିଡ-୧୯ ଯୋଗୁ ଆୟ ହରାଇଛନ୍ତି । ଏପରି ଛାତ୍ରଛାତ୍ରୀଙ୍କ ପରିବାର ଏବେ ଗୁରୁତର ଆର୍ଥିକ ଦୈନ୍ୟତା ମଧ୍ୟରେ ଗତି କରୁଥିବା ବେଳେ ସେମାନେ ପରବର୍ତ୍ତି ପାଠପଢା ଜାରି ରଖି ପାରିବେ କି ନା ସେ ନେଇ ସନ୍ଦେହରେ ଥିବା କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି। 

ଏଥିରେ କରୋନା ଯୋଦ୍ଧାମାନଙ୍କ ଅବଦାନକୁ ଆମେ ଅସ୍ୱୀକାର କରିପାରିବାନି ବୋଲି ମଧ୍ୟ ଷଢଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ଜଣାଇଛନ୍ତି। ଏଣୁ ରାଜ୍ୟରେ କରୋନା ଯୋଦ୍ଧାମାନଙ୍କ ସନ୍ତାନସନ୍ତତିଙ୍କ ସମ୍ପୂର୍ଣ୍ଣ ସ୍କୁଲ ଫି ଛାଡ ଲାଗି ଷଢଙ୍ଗୀ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ  ଫିଛାଡ ଓ କୋଭିଡ ଯୋଗୁ ହଷ୍ଟେଲ ବନ୍ଦ ଥିବା ସମୟର ସମସ୍ତ ଶୁଳ୍କ ଛାଡ ଲାଗି ନିବେଦନ କରିଛନ୍ତି।

କୋଭିଡ-୧୯ ମହାମାରୀର ପ୍ରକୋପ ରାଜ୍ୟରେ ବଢିବଢି ଚାଲିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛନ୍ତି। ପାରିବାରିକ ଆର୍ଥିକ ଶୃଙ୍ଖଳ ବିଗିଡିଥିବା ବେଳେ ଏବେ ଏପରି ଲୋକ ଓ ସେମାନଙ୍କ ସନ୍ତାନସନ୍ତତିଙ୍କୁ କେବଳ ସରକାରଙ୍କ ସହଯୋଗ ଲୋଡା ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।    

   Related Posts