Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଝାରସୁଗୁଡାର ୧୨୬ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍’ ମାନ୍ୟତା ଦେବାକୁ ଅନୁରୋଧ

5/08/2021 at 11:11 AM

ଭୁବନେଶ୍ବର ୫।୮: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଏହାର ପୁନଃଉଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡା ପୋଷ୍ଟ ଅଫିସ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କଠାରୁ ଏକ ଚିଠି ପାଇଥିଲେ । ବେଙ୍ଗଲ-ନାଗପୁର ରେଳଲାଇନ୍‌ରେ ଝାରସୁଗୁଡା ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ୧୮୯୫ ମସିହାରେ ଝାରସୁଗୁଡା ପୋଷ୍ଟ ଅଫିସ ସ୍ଥାପନ କରାଯାଇଥିଲା । ସ୍ବାଧୀନତା ପୂର୍ବରୁ ପଶ୍ଚିମ ଓଡିଶାରେ ଝାରସୁଗୁଡା ଅର୍ଥନୈତିକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ଏହି ୧୨୬ ବର୍ଷ ପରୁଣା ପୋଷ୍ଟ ଅଫିସର ଝାରସୁଗୁଡାର ଆଧୁନିକ ଇତିହାସରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଭାରତରେ ଭାରତୀୟ ଡାକ ସେବା ଦ୍ବାରା ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଥିବା ୩୬ଟି ଐତିହ୍ୟ ପୋଷ୍ଟ ଅଫିସ୍‌ର ରକ୍ଷଣାବେକ୍ଷଣ କରାଯିବା ସହ ଭାରତୀୟ ଡାକ ସେବାର ଗୌରବମୟ ଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ବକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ୍‌କୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ୧୮୯୫ ମସିହାରେ ସ୍ଥାପିତ ଝାରସୁଗୁଡା ପୋଷ୍ଟ ଅଫିସର ଇତିହାସ ଏବଂ ଜିଲ୍ଲାର ବିକାଶ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାକୁ ଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ସହ ଏହାର ପୁନଃଉଦ୍ଧାର କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

   Related Posts