ଜେଲରେ କଏଦୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

Published By : Prameya-News7 Bureau | June 04, 2020 IST

ନୀଳଗିରି, ୦୪|୦୬:  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଆଜି ନୀଳଗିରି ସବ ଜେଲରେ ରହୁଥିବା କଏଦୀଙ୍କୁ ଭେଟିଛନ୍ତି। ସେ ଜେଲରେ  କରୋନା ସଂକ୍ରମଣକୁ ନେଇ ସାମାଜିକ ଦୂରତା ଓ କଟକଣା ଉପରେ ଯାଞ୍ଚ କରିଥିଲେ।

 କେନ୍ଦ୍ରମନ୍ତ୍ରୀ ଜେଲରେ ରହୁଥିବା ୩୮ ଜଣ କଏଦୀଙ୍କୁ ଭେଟି ଦୁଃଖ ସୁଖ ବାଣ୍ଟିବା ସହ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ। କିଛି କଏଦୀ ଙ୍କର ଓକିଲ ନଥିବା ବେଳେ ସେମାନେ କୋର୍ଟରେ ନିର୍ଦୋଷ ପ୍ରମାଣିତ ନେଇ ସୁଯୋଗ ପାଉନଥିବାରୁ ସେମାନଙ୍କୁ ସରକାରୀ ଓକିଲଙ୍କ ସହ ଯୋଗାଯୋଗ କରାଇଦେବାକୁ ସବ ଜେଲରଙ୍କୁ ନିର୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ପ୍ରତାପ ଷଢଙ୍ଗୀଙ୍କ ଗସ୍ତକୁ ନେଇ ସବ ଜେଲର ମନସ୍ୱିନୀ ନାୟକ କହିଛନ୍ତି ଯେ, ନୂଆ କଏଦୀ ଯେଉଁମାନେ ଲକଡାଉନ ପରେ ଆସିଛନ୍ତି ସେମାନଙ୍କୁ  ୧୪ ଦିନ ଅଲଗା ରହିବା ପରେ ଯାଇ ଅନ୍ୟ କଏଦୀଙ୍କ ସହ ମିଶିବାକୁ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.