Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକାର୍ତ୍ତାଙ୍କ ଉପରେ ଟିଏମସିର ହତ୍ୟା ଓ ବର୍ବରୋଚିତ ଆକ୍ରମଣ ପ୍ରତିବାଦ, କେନ୍ଦ୍ରମନ୍ତ୍ରୀଙ୍କ ମୌନ ପ୍ରତିବାଦ

6/05/2021 at 4:22 PM

ନୀଳଗିରି ୬।୫: ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତି ଅମାନୁଷିକ ଭାବେ ଟିଏମସିର ହତ୍ୟା ଓ ବର୍ବରୋଚିତ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସାରା ଦେଶରେ ବିଜେପି ଉପବାସ କରି ପ୍ରତିବାଦ କରିଥିବା ବେଳେ ଗୁରୁବାର ମୌନ ରହି ଆନ୍ଦୋଳନ କରିଛି ।ଅନୁରୂପ ଭାବେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ବାସଭବନ ଆଗରେ ମୌନ ରହି ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଧାରଣା ଦେଇଦେଇଛନ୍ତି । ତାଙ୍କର ସମର୍ଥକ ବିଜେପି କାର୍ଯ୍ୟକାର୍ତ୍ତାମାନେ ମଧ୍ୟ ଏଭଳି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେହିପରି ନୀଳଗିରି ବିଧାୟକ ମଧ୍ୟ ଅନୁରୂପ ଭାବେ ତାଙ୍କ ବାସଭବନ ଆଗରେ ମୌନ ରହି ଧାରଣା ଦେଇଛନ୍ତି ।କୋଭିଡ୍ କଟକଣା ପାଇଁ ଲକଡ଼ାଉନ୍ ହୋଇଥିବାରୁ ଏହି ଆନ୍ଦୋଳନ ଜୋରଦାର କରାନଯାଇଥିଲେ ମଧ୍ୟ ମଣ୍ଡଳସ୍ତରରେ ଏଭଳି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଦୁଇ ଦିନିଆ ପ୍ରତିବାଦ କରି ସାରା ଭାରତ ବର୍ଷରେ ଏଭଳି ଅନ୍ୟାୟର ପ୍ରତିବାଦର ଜନଜାଗରଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧାରଣା ପରେ ସୂଚନା ଦେଇଛନ୍ତି ।

   Related Posts