Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାଡୁ ଧରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରେଳ ଷ୍ଟେସନରେ କଲେ ସଫେଇ

ଝାରସୁଗୁଡା ୧୭।୯: ଝାଡୁ ଧରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ବିଜେପିର ସେବା ସପ୍ତାହ ଅବସରରେ ଆଜି ସକାଳୁ ଝାରସୁଗୁଡା ରେଳ ଷ୍ଟେସନରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ରେଳ ଷ୍ଟେସନ ସମ୍ମୁଖ ଭାଗରେ ହାତରେ ଝାଡୁ ଧରି ସଫେଇ ଅଭିଯାନରେ ସାମିଲ ହୋଇଥିଲେ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଆଭିଯାନରେ ସାମିଲ ହୋଇ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ ରାଷ୍ଟ୍ରରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ ।

ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ  ବିଜେପିର ଅନ୍ୟ ନେତାମାନେ ସାମିଲ ହୋଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ବୃନ୍ଦାମାଲ ସ୍ଥିତ ସ୍ଵତନ୍ତ୍ର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରିଥିଲେ।

497 Views

   ସମ୍ବନ୍ଧିତ ଖବର