କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ୧୦୩ ଜଣଙ୍କ ସ୍ୱାବ୍ ରିପୋର୍ଟ ଆସିଲା ନେଗେଟିଭ୍‌

Published By : Prameya-News7 Bureau | July 09, 2020 IST


ନୀଳଗିରି୯/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଜଣଙ୍କୁ ଛାଡି ଆଉ ସବୁ ନମୁନା ନେଗେଟିଭ ଆସିବା ପରେ ଅଞ୍ଚଳବାସୀ ଆଶ୍ଵସ୍ତି ଲାଭ କରିଛନ୍ତି। ଆଉ କିଛି ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ତାହା ଏପର୍ଯ୍ୟନ୍ତ କିଛି ସୂଚନା ହସ୍ତଗତ ହୋଇନାହିଁ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ନମୁନା ମଧ୍ୟ ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି। ଗତ ୬ ତାରିଖରେ ନୀଳଗିରି ବିଧାୟକ ସମେତ ଆଉ ୨୦ ଜଣ ନୀଳଗିରି ଅଂଚଳରେ କରୋନା ସଂକ୍ରମଣ ହେବା ପୁଣି ଗତକାଲି ଆଉ ୯ ଜଣ ଆକ୍ରାନ୍ତ ହେବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଥିଲେ। ତେବେ ଵିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମେତ ସଜନାଗଡ଼ ଅଂଚଳରେ ବାହାରିଥିବା ରୋଗୀଙ୍କ ସଂସ୍ପର୍ଶରେ ଲୋକଙ୍କ ନମୁନା ସଂଗ୍ରହ ହୋଇଥିଲା।

ବିଜେପି କାର୍ଯ୍ୟାଳୟ ଓ ସଜନାଗଡ଼ ଅଞ୍ଚଳରୁ ଯାଇଥିବା ୧୦୩ଟି ନମୁନା ମଧ୍ୟରୁ ସବୁ ନେଗେଟିଭ ଆସିଥିବା ଜଣାପଡିଛି। ସେହପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଜି ସକାଳ ୬ ଟା ୧୫ ମିନିଟ ସମୟରେ ଦିଲ୍ଲୀ ଏମ୍ସରେ ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ। ଗୋଟାଏ ବେଳକୁ ତାଙ୍କର ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି। ତେବେ ୧୦୪ ଜଣ ନୀଳଗିରି ଅଂଚଳରେ ନେଗେଟିଭ ଆସିବା ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତ ଲାଭ କରିଛନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.