Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘କରୋନାରୁ ବଞ୍ଚିବା ପାଇଁ ଚାହୁଁଛ ଯଦି ମୋଦୀ ଜୀ’ଙ୍କ ଶରଣ ନିଅ’, ଆଫ୍ରିଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ ପରାମର୍ଶ

13/06/2020 at 5:30 PM

ନୂଆଦିଲ୍ଲୀ, ୧୩|୦୬:  ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କରୋନା ସଂକ୍ରମିତ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଗୁରୁବାରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା, ଏହାପରେ ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଆଫ୍ରିଦି କରୋନା ଜାଲରେ ଛନ୍ଦିହେବା ପରେ ସୋସିଆଲ ମିଡିଆରେ କିନ୍ତୁ ୟୁଜର ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାଁନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଆଫ୍ରିଦିଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରତାପ ଷଡଙ୍ଗୀ ଆଫ୍ରିଦିଙ୍କ ଟ୍ୱିଟରେ କମେଣ୍ଟ ଦେଇ କହିଛନ୍ତି ଯେ, ପାକିସ୍ତାନର ହସ୍ପିଟାଲ ବାବଦରେ ସେ ସବୁ ଜାଣିଛନ୍ତି । ଯଦି କରୋନାରୁ ରକ୍ଷା ପାଇବା ପାଇଁ ଚାହୁଁଛ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶରଣ ନିଅ ବୋଲି ସେ କହିଛନ୍ତି ।

ପୂର୍ବରୁ ସାହିଦ ଆଫ୍ରିଦି ଅନେକ ପ୍ରସଙ୍ଗରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ । ଏପରିକି ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେବା ସହ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ । ଶନିବାର ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅନେକ ଆଫ୍ରିଦିଙ୍କୁ କଟାକ୍ଷ କରିଛନ୍ତି ।

କିଛି ୟୁଜର ଟ୍ରୋଲ୍ କରି ଲେଖିଛନ୍ତି ଯେ, ଆରେ ଭାଇ, ଏବେ ମଜା ଆସିଲା କି । ଆଉ କିଛି ଲେଖିଛନ୍ତି ଯେ, ଯଦି ଟଙ୍କା ନାହିଁ ତେବେ ଆମଠାରୁ ସାହାଯ୍ୟ ନିଅ । ଆଉ ଜଣେ ଲେଖିଛନ୍ତି ଯେ, କରୋନା ଭଲ ଖେଳୁଛି ।  

   Related Posts