ହୋମ୍‌ କ୍ବାରେଣ୍ଟାଇନ୍‌ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Published By : Prameya-News7 Bureau | July 06, 2020 IST

ନୀଳଗିରି୬/୭: ନୀଳଗିରି ଵିଧାୟକ ସୁକାନ୍ତ ନାୟକଙ୍କୁ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।ନୀଳଗିରି ବ୍ଲକ ଛତ୍ରପୁର ଠାରେ କେଭିଆଇସି ତରଫରୁ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀ ଙ୍କ ସହ ନୀଳଗିରି ବିଧାୟକ ଥିଲେ।

କେଭିଆଇସି ଡାଇରେକ୍ଟର ସମେତ କିଛି ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଥିଲେ। ପରେ ବିଧାୟକଙ୍କ ସହ ମିଶି ପ୍ରତାପ ସଡ଼ଙ୍ଗୀ ମହୁବାକ୍ସ ଓ କୀଟ ପ୍ରଦାନ କରିଥିଲେ। ତାଙ୍କୁ କରୋନା ସଂକ୍ରମଣ ଖବର ପାଇବା ପରେ ସରକାର ଙ୍କ ନିୟମ ଅନୁସାରେ ସେ ଦିଲ୍ଲୀ ସରକାରୀ ବାସଭବନରେ କ୍ବାରେଣ୍ଟାଇନ୍‌ ରେ ରହିଥିବା ଟୁଇଟ ମାଧ୍ୟମରେ ଏହା ସୂଚନା ଦେଇଛନ୍ତି। ସେହିପରି ନୀଳଗିରିବାସୀ ଆତଙ୍କିତ ନହେବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜ ଆଡୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ସହ ହୋମ୍‌ କ୍ବାରେଣ୍ଟାଇନ୍ ରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଜିଲ୍ଲାପାଳଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି କିପରି ନୀଳଗିରିରେ ପରିସ୍ଥିତିର ମୁକାବିଲା କରିବା ସହ ଅଧିକରୁ ଅଧିକ ସ୍ୱାବ ଟେଷ୍ଟ କରିହେବ ଏନେଇ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.