Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ମୋ ସରକାର ହେଉଛି ଗୋଟିଏ ଭାଣ୍ଡାମି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

17/10/2019 at 11:42 AM

ଭୁବନେଶ୍ବର ୧୭|୧୦: ମୋ ସରକାର ହେଉଛି ଗୋଟିଏ ଭାଣ୍ଡାମି, ଲୋକଙ୍କୁ ଓଷଧ ମିଳୁନି, ଡାକ୍ତର ନାହାନ୍ତି, ଆଜି ବି ବିସ୍ଫୋରକ ପରିସ୍ଥିତି ରହିଛି, କ୍ଷମତା ଦଖଲ କରିବା ଓ ଭୋଟ୍ କଣିବା ପାଇଁ ଯୋଜନା, ଆଜି ବି ରାଜ୍ୟର ଆର୍ଥିକ ସ୍ଥିତି ବିପଦଜନକ । ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତ ଓ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ନବୀନ ପଟ୍ଟନାୟକଙ୍କ ମୋ ସରକାରକୁ କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । 

କେବଳ ସିଟ୍ ସଂଖ୍ୟା ବଡିଲେ ହେବ ନାହିଁ ,ମେଡିକାଲ କଲେଜରେ ଭିତ୍ତିଭୂମିର ବିକାଶ ହେବା ଦରକାର । ଅନେକ ସ୍ଥାନରେ ଅଧ୍ୟାପକ ନାହାନ୍ତି, ମେଡିସନ ନାହିଁ । ସେ ସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସିଟ୍ ବଢୁଛି ଭଲକଥା , ଆବଶ୍ୟକ ଭିତ୍ତିଭୂମି ରହିବା ଦରକାର ,ସଚିବ ମାନେଆଗରୁ ଗସ୍ତ କରୁନଥିଲେ ଏବେ କରୁଛନ୍ତି ଭଲ କଥା । ତେବେ ୫-ଟି ଏକ ଧୂଆଁ ବାଣ ,ଟ୍ରା ନ୍ସପେରନ୍ସି ଓ ଟିମ ଓ୍ଵାର୍କ ମଧ୍ୟରେ ସମନ୍ବୟ ନାହିଁ । ଏଇଟା ସଚିବ ଆଧାରିତ ସରକାର । ଏମିନେ ଦେଖେଇ ହେବେ ଏମିତି ଆକ୍ସନ ନେଲୁ ।କେବଳ ଝଟକା ଦେବା ପାଇଁ ଏ ବ୍ୟବସ୍ଥା ।ସବୁ ବିଭାଗରେ ଲାଗୁ ହେଇ ପାରିବା ନାହିଁ ,କାରଣ ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

   Related Posts