ବିଜେପି କାର୍ଯ୍ୟକାର୍ତ୍ତାଙ୍କ ଉପରେ ଟିଏମସିର ହତ୍ୟା ଓ ବର୍ବରୋଚିତ ଆକ୍ରମଣ ପ୍ରତିବାଦ, କେନ୍ଦ୍ରମନ୍ତ୍ରୀଙ୍କ ଉପବାସ

Published By : Prameya-News7 Bureau | May 05, 2021 IST

ନୀଳଗିରି ୫।୫: ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତି ଅମାନୁଷିକ ଭାବେ ଟିଏମସିର ହତ୍ୟା ଓ ବର୍ବରୋଚିତ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦ କରି ବୁଧବାର ସାରା ଦେଶରେ ବିଜେପି ମଣ୍ଡଳ ଉପବାସ କରୁଛି । ଅନୁରୂପ ଭାବେ ବାଲେଶ୍ଵର ସାଂସଦ ତଥା  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ବାସଭବନ ଆଗରେ ଉପବାସ କରିଛନ୍ତି ।

{"id":448599,"sizeSlug":"large","linkDestination":"none"}

ତାଙ୍କର ସମର୍ଥକ ଓ ବିଜେପିର କିଛି କାର୍ଯ୍ୟକାର୍ତ୍ତାମାନେ ମଧ୍ୟ କୋଭିଡ୍ ନିୟମ ପାଳନ କରି ଏହି ଉପବାସରେ ସାମିଲ ହୋଇଛନ୍ତି ।ଗଣତାନ୍ତ୍ରିକ ପଦ୍ଧତିରେ ଏଭଳି ଆନ୍ଦୋଳନ କରି ସାରା ଦେଶରେ ଜନ ଜାଗରଣ କରିବାର ଆଭିମୁଖ୍ୟ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।ସେହିପରି ନୀଳଗିରିର ସମସ୍ତ ମଣ୍ଡଳରେ ମଧ୍ୟ ବିଜେପି ଏଭଳି ଉପବାସ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.