ବ୍ୟାଟେରୀ ଚଳିତ ବାଇକ୍ ସୋ ରୁମ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କହିଲେ ପରିବେଶ ରକ୍ଷା ଆମ ଦାୟିତ୍ଵ

Published By : Prameya-News7 Bureau | January 30, 2021 IST

ଭଦ୍ରକ ୩୦।୦୧: ଭଦ୍ରକ ସହରରେ ଏକ ବ୍ୟାଟେରୀ ଚାଳିତ ବାଇକ ସୋରୁମ୍‌ର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଫିତା କାଟିଥିବା ବେଳେ ବିଧାନସଭାର ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଯୋଗ ଦେଇଥିଲେ ।

{"id":401312,"sizeSlug":"large","linkDestination":"none"}

ଉଦ୍ଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ସମୟରେ ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ପରିବେଶ ସୁରକ୍ଷା ଆମ ଦାୟିତ୍ଵ । ଆମେ ମଧ୍ୟ ସଚେତନ ହେବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଘରେ ଗୋପାଳନ କରିବାକୁ କେନ୍ଦ୍ର ମନ୍ତ୍ରୀ ଷଡଙ୍ଗୀ ଉପଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.