କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲ୍ କରୋନାରେ ସଂକ୍ରମିତ : ନିଜେ ଟ୍ବିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୯: କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କେନ୍ଦ୍ର ମନ୍ତ୍ରୀ ନିଜ ଟ୍ବିଟର ହ୍ୟାଣ୍ଡଲରେ ଏବିଷୟରେ ସୂଚନା ଦେଇଛନ୍ତି। ପ୍ରହଲ୍ଲାଦ ସିଂହ ପଟେଲ୍ ଟ୍ବିଟ୍ କରି ଲେଖିଛନ୍ତି ଯେ ଗତକାଲି ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି,ତେଣୁ ଯେଉଁମାନେ ତାଙ୍କୁ ମଙ୍ଗଳବାର ଭେଟିଥିଲେ ସେମାନଙ୍କୁ ସାବଧାନ ରହିବା ଆବଶ୍ୟକ।

wp:core-embed/twitter {"url":"https://twitter.com/prahladspatel/status/1306454391029809153","type":"rich","providerNameSlug":"twitter","className":""}
https://twitter.com/prahladspatel/status/1306454391029809153
/wp:core-embed/twitter

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ,ଧର୍ମେନ୍ଦ୍ର ପ୍ରଧାନ,ଅର୍ଜୁନ ରାମ ମେଘଓ୍ବାଲ,ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ କରୋନାରୁ ଆରୋଗ୍ୟଲାଭ କରିଥିବାବେଳେ ତାଙ୍କ ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.