ଆଜି ପାଟକୁରାରେ ବିଜୟଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରିବେ ପ୍ରଚାର

Published By : Prameya-News7 Bureau | July 10, 2019 IST

କେନ୍ଦ୍ରାପଡା୧୦|୭: ଆଜି ପାଟକୁରା ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରତାପ ଷଡଙ୍ଗୀ ଆଜି ଅପରାହ୍ନରେ ଡେରାବିଶ ବ୍ଲକ୍ ର ପଂଚୁପାଣ୍ଡବ ଛକଠାରେ ପହଁଚି ଶୋଭାଯାତ୍ରାରେ ବିଭିନ୍ନ ଅଂଚଳର ବୁଲିବେ। ପ୍ରତାପଙ୍କ ସହିତ ଏହି ପ୍ରଚାରରେ ବରିଷ୍ଠ ବିଜେପି ନେତା କେ.ଭି. ସିଂଦେଓ, ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦିଲ୍ଲିପ ମଲିକ୍, ଯତୀନ ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯୟକ୍ରମ ରହିଛି।

ସେହିପରି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଆଜି ଡେରାବିଶ ବ୍ଲକର ଖମୋଳ, ବିଶକ, ଜହ୍ନିମୂଳ ପ୍ରଭୃତି ଅଂଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଭାର ସମ୍ଭାଳିବେ। ଅନ୍ୟପକ୍ଷରେ ଆଜି କଂଗ୍ରେସ୍ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ବୈଠକରେ ରାଜ୍ୟର ବହୁ ବରିଷ୍ଠ ନେତାଙ୍କ ସମେତ କେନ୍ଦ୍ରାପଡା କଂଗ୍ରେସ୍ ର ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି କଂଗ୍ରେସ୍ ଏହି ବୈଠକରେ ପାଟକୁରା ପାଇଁ ରଣକୌଶଳ ପ୍ରସ୍ତୁତି କରିବା ନେଇ ସୂଚନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.