Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଆଜି ଆସିବ ଧନ୍ୟବାଦ ପ୍ରସ୍ତାବ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ୫ଟି ଭାଷାରେ ଦେବେ ଧନ୍ୟବାଦ

24/06/2019 at 8:39 AM

ନୂଆଦିଲ୍ଲୀ ୨୪|୬: ବଜେଟ୍ ଅଧିବେଶନରେ ଆଜି ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ । ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବ । ଜେପି ନଡ୍ଡା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବେ ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ  ଆଲୋଚନାର ଚର୍ଚ୍ଚାରେ ରହିବେ । ପାଖାପାଖି ୫୦ ମିନିଟ ଧରି ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ନିମନ୍ତେ ନିଜ ସମ୍ବୋଧନ ରଖିବେ । ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚନ ହୋଇଥିବା କୌଣସି ସଦସ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଆରମ୍ଭ କରିବେ ।

ଖାଲି ସେତିକି ନୁହେଁ ପ୍ରତାପ ଷଡ଼ଙ୍ଗୀ ୫ଟି ଭାଷାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବେ ବୋଲି ଜଣାପଡିଛି ।  ମାନେ ନିଜର ଧନ୍ୟବାଦ ସମ୍ବୋଧନ ସେ ୫ଟି ଭାଷରେ ଦେବେ । ମିଳିଥିବା ସୂଚନା ଅନୁସାରେ ସେ ଇଂରାଜୀରେ ତାଙ୍କ ସମ୍ବୋଧନ ଆରମ୍ଭ କରିବେ । ଏହାପରେ ହିନ୍ଦୀ, ଓଡ଼ିଆ, ସଂସ୍କୃତ ଏବଂ ବଙ୍ଗଳା ଭାଷାରେ କହିବେ । ଏହା ପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ । ବିଭିନ୍ନ ସଦସ୍ୟ ନିଜ ନିଜର ଅଭିଭାଷଣ ରଖିବେ ।

୨୦ ତାରିଖରେ ବଜେଟ ଅଧିବେଶର ମିଳିତ ଗୃହରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଏବଂ ସମ୍ବିଧାନର ନିୟମ ଅନୁଯାୟୀ ସରକାରଙ୍କ ପକ୍ଷରୁମୋସନ ଅଫ ଥ୍ୟାଙ୍କ୍ ସ ଆଗତ କରାଯାଇଥାଏ । ପ୍ରଥମ ଥର ପାଇଁ ଓଡ଼ିଶାର ସାଂସଦ ଗୃହରେ ମୋସନ ଅଫ ଥ୍ୟାଙ୍କସ ଆରମ୍ଭ କରିବେ ।

   Related Posts