Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ସୋମବାର ଲୋକସଭାରେ ୫ଟି ଭାଷାରେ ଅଭିଭାଷଣ ଦେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ୫୦ ମିନିଟ୍ ଧରି କରିବେ ସମ୍ବୋଧିତ

23/06/2019 at 7:32 PM

ନୂଆଦିଲ୍ଲୀ ୨୩।୬: ଲୋକସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ। ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ  ଶାସକ ଦଳ ପକ୍ଷରୁ ପ୍ରଥମେ ଅଭିଭାଷଣ ରଖିବେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ। ସଂସ୍କୃତରେ ଅନର୍ଗଳ ଭାଷଣ ଦେବାରେ ଦକ୍ଷ ପ୍ରତାପ ଦୀର୍ଘ ୫୦ ମିନିଟ୍ ଧରି ଗୃହକୁ  ସମ୍ବୋଧିତ କରିବେ । ଏଥିରେ ସେ ୫ଟି ଭାଷାରେ ଭାଷଣ ଦେବେ। ପ୍ରଥମେ ପ୍ରତାପ ଗୃହକୁ ଇଂରାଜୀରେ ସମ୍ବୋଧିତ କରିବେ। ପରେ ସଂସ୍କୃତ, ହିନ୍ଦୀ, ଓଡିଆ ଓ ବଙ୍ଗଳା ଭାଷାରେ ସମ୍ବୋଧିତ କରିବେ ବୋଲି ଜଣାପଡିଛି।

ପ୍ରତାପ ତାଙ୍କ ଅଭିଭାଷଣରେ ମୋଦି ସରକାର-୨ର ଆଭିମୁଖ୍ୟ ଉପସ୍ଥାପନ କରିବେ। ସଂସଦରେ ଏକକାଳୀନ ଏକାଧିକ ଭାଷାରେ ଭାଷଣ ଦେବାରେ ପ୍ରତାପ ହେବେ ଦେଶର ପ୍ରଥମ ଲୋକ ପ୍ରତିନିଧି। ତେବେ ଓଡିଶାର ଜଣେ ଜନ ପ୍ରତିନିଧି ଗୃହକୁ ବିଭିନ୍ନ ଭାଷାରେ ସମ୍ବୋଧିତ କରୁଥିବାରୁ ରାଜ୍ୟ ପାଇଁ ଏହା ନିଶ୍ଚିତ ରୂପେ ଏକ ଗର୍ବ ଓ ଗୌରବର ବିଷୟ। ସାଂସଦ ନିର୍ବାଚିତ ହେବା ପରେ ପ୍ରତାପ ସଂସ୍କୃତରେ ପଦ ଓ ଗୋପନୀୟତାର ଶପଥ ପାଠ କରି ଦେଶବାସୀଙ୍କୁ ଚମତ୍କୃତ କରିଥିଲେ। ଏବେ ତାଙ୍କ ପଞ୍ଚଭାଷୀ ଭାଷଣକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ଶରଳ ଓ ନିରାଡମ୍ବର ଜୀବନ ଶୈଳୀ ପାଇଁ ସାରା ଦେଶରେ ଚର୍ଚ୍ଚିତ ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା  ମିଳିଛି। ତାଙ୍କୁ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳି ସରକାରରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ସମେତ ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇ ରାଜ୍ୟ ବିଜେପିର ଏହି ନେତାଙ୍କୁ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିବା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଉତ୍ସାହ ପ୍ରଦ। ତେବେ ସଂସଦର ପ୍ରଥମ ଅଧିବେଶନରେ ତାଙ୍କୁ ଭାଷଣ ଦେବାକୁ ଅନୁମତି ଦିଆଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts