ରେଳରେ ଯାତ୍ରା କଲେ ମନ୍ତ୍ରୀ, ଲୋକୋ ପାଇଲଟଙ୍କୁ ପଚାରି ବୁଝିଲେ ସମସ୍ୟା

Published By : Prameya-News7 Bureau | July 17, 2021 IST

ଗୁଜୁରାଟ ୧୭।୦୭: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତକାଲି ଭଦନଗର ରେଳ ବିଭାଗ ଯାଞ୍ଚ କରିବାକୁ ଯାଇଥିଲେ ରେଲମନ୍ତ୍ରୀ । କେବଳ ସେତିକି ନୁହେଁ ଲୋକୋ ପାଇଲଟଙ୍କ ସହ ରେଳ ଇଞ୍ଜିନରେ ଯାତ୍ରା ମଧ୍ୟ କରିଥିଲେ । କିପରି ଚାଲିଛି କାମ ସେନେଇ ନିଜେ ତଦାରଖ କରିଥିଲେ । ଏପରିକି କଣ ସବୁ ସମସ୍ୟା ରହିଛି ସେ ବିଷୟରେ ବି ପଚାରି ବୁଝିଥିଲେ ।

wp:html /wp:html

ପୂର୍ବରୁ ମଧ୍ୟ ଦାୟିତ୍ୱ ନେଉ ନେଉ ତାଙ୍କର ଅନେକ କାର୍ଯ୍ୟ ପାଇଁ ସେ ଚର୍ଚ୍ଚାରେ ରହିଆସିଛନ୍ତି । ଗତକାଲି ମଧ୍ୟ ଅଶ୍ବିନୀ ବୈଷ୍ଣବ ଗାନ୍ଧିନଗର ଷ୍ଟେସନ ଯାଇ ରେଳ ଷ୍ଟେସନ ବୁଲି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ପରେ ଗୋଟିଏ ସେଲ୍ଫି ସେୟାର କରି ମନ୍ତ୍ରୀ କିଛି କ୍ୟାପସନ ମଧ୍ୟ ଲେଖିଥିଲେ । ଏହା ବ୍ୟତୀତ ଅନ୍ୟ କିଛି ଫଟୋ ମଧ୍ୟ ସେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.