Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||
  • ସୋନପୁର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
  • ||
  • ଝାରସୁଗୁଡା : ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ
  • ||
  • ପୁଣି ଲଜ୍ଜା : ଯୁବତୀଙ୍କୁ କାମ କରିବାକୁ ଡାକିନେଇ ଗଣଦୁଷ୍କର୍ମ, ଥାନାରେ ଏତଲା ଦେଲେ ପୀଡିତା
  • ||
  • ଅପରେସନ୍ ଗ୍ରୀନ୍ କ୍ଲିନ୍ : ୨୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ
  • ||

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ସାଂସଦ ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା

11/11/2019 at 8:11 AM

ନୂଆଦିଲ୍ଲୀ ୧୦।୧୧ :   କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅରବିନ୍ଦ ସାଓ୍ବନ୍ତ ସୋମବାର ସକାଳେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା କ୍ଷେତ୍ରରୁ ସାଂସଦ ଅଛନ୍ତି ଅରବିନ୍ଦ ସାଓ୍ବନ୍ତ ।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଚାଲିଥିବା ହାଇଡ୍ରାମା ମଧ୍ୟରେ ଆଜି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାଓ୍ବନ୍ତ । ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସୋମବାର ଏନସିପିର ସମର୍ଥନରେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି । କିନ୍ତୁ ମହାରଷ୍ଟ୍ରରେ ଶିବସେନା  ସରକାର ଗଢିବାକୁ  ହେଲେ ଏନଡିଏ ସହିତ ସମ୍ପର୍କ କାଟିବାକୁ ପଡିବା ବୋଲି ଏନସିପି ପକ୍ଷରୁ ସର୍ତ୍ତ ରଖିଥିବାର ସୂଚନା ମିଳିଛି । ତେବେ ଅରବିନ୍ତ ସାଓ୍ବନ୍ତଙ୍କ ଇସ୍ତଫା ପରେ ଶିବସେନା ଏନଡିଏ ସରକାରରୁ ବାହାର ହୋଇଯାଇଛି ।

   Related Posts