Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୨ନମ୍ବରରେ JNU , ଜାମିଆ ଷଷ୍ଠ, DUଙ୍କ ମିରିଣ୍ଡା ହାଉସ୍ ଦେଶର ସର୍ବୋତ୍କୃଷ୍ଠ କଲେଜ

9/09/2021 at 6:42 PM

ନୂଆଦିଲ୍ଲୀ ୯।୯: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଜାତୀୟ ସଂସ୍ଥାଗତ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ)-୨୦୨୧ ରାଙ୍କିଙ୍ଗ ସୂଚୀ ଜାରି କରିଛନ୍ତି। ଏଥିରେ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଓ ଜାମିଆ ମିଲିଆ ଇସ୍ଲାମିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବିଶ୍ୱବିଦ୍ୟାଳୟଙ୍କ ରାଙ୍କିଙ୍ଗରେ ବେଙ୍ଗାଲୁରର ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ସାଇନସ୍ (ଆଇଆଇଏସ) ଶୀର୍ଷସ୍ଥାନ ହାସଲ କରିଛନ୍ତି। ଜେନଏନୟୁଙ୍କୁ ଦେଶର ଦ୍ୱିତୀୟ ସର୍ବୋତ୍କୃଷ୍ଟ ବିଶ୍ୱବିଦ୍ୟାଳୟଙ୍କ ମାନ୍ୟତା ମିଳିଥିବା ବେଳେ ଜାମିଆ ବିଶ୍ୱବିଦ୍ୟାଳ ଶୀର୍ଷ ଷଷ୍ଠ ସ୍ଥାନ ପାଇଛନ୍ତି।

ଗତବର୍ଷ ଜାମିଆ ଦେଶର ଶୀର୍ଷ ୧୦ବିଶ୍ୱ ବିଦ୍ୟାଳୟଙ୍କ ସୂଚୀର ୧୦ମ ସ୍ଥାନରେ ଥିଲେ। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ ୫ଟି ମହାବିଦ୍ୟାଳୟ ଦେଶର ଶୀର୍ଷ ୧୦ କଲେଜଙ୍କ ସୂଚୀରେ ସ୍ଥାନ ପାଇଛନ୍ତି। ଏଥିରେ ମିରିଣ୍ଡା ହାଉସ୍‌କୁ ଦେଶର ସର୍ବୋତ୍କୃଷ୍ଟ କଲେଜ ଭାବେ ମାନ୍ୟତା ମିଳିଛି। ଦେଶର ଉଚ୍ଚଶିକ୍ଷା ସଂସ୍ଥାନଙ୍କ ରାଙ୍କିଙ୍ଗ ଲାଗି ଏନଆଇଆରଏଫ ଶିକ୍ଷାମନ୍ତ୍ରାଳୟଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଏକ ପଦ୍ଧତୀ।

ଏଥିରେ ବେଙ୍ଗାଲୁରୁ ଆଇଆଇଏସଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଜେଏନୟୁ ଥିବା ବେଳେ ତୃତୀୟ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଚତୁର୍ଥ ସ୍ଥାନରେ କୋଲକାତା ବିଶ୍ୱ ବିଦ୍ୟାଳୟ, ପଞ୍ଚମ ସ୍ଥାନରେ ଅମୃତ ବିଶ୍ୱବିଦ୍ୟାପୀଠ କୋୟମ୍ବାଟୁର ଓ ଷଷ୍ଠ ସ୍ଥାନରେ ଜାମିଆ ରହିଛନ୍ତି। ସେହିପରି ସପ୍ତମ ସ୍ଥାନରେ ମନିପାଲ ଆକାଡେମୀ ଅଫ ହାୟର ଏଜୁକେସନ ସ୍ଥାନପାଇଥିବା ବେଳେ ଅଷ୍ଟମ ସ୍ଥାନ କୋଲକାତା ଯାଦବପୁର ୟୁନିଭର୍ସିଟି ହାତେଇଛନ୍ତି। ୟୁନିଭର୍ସିଟି ଅଫ ହାଇଦ୍ରାବାଦ ନବମ ସ୍ଥାନରେ ଥିବା ବେଳେ ଆଲିଗଡ଼ ମୁସ୍ଲିମ ୟୁନିଭର୍ସିଟି ଶୀର୍ଷ ୧୦ ସ୍ଥାନରେ ଅଛନ୍ତି।

   Related Posts