ମଞ୍ଚ ଉପରେ ମନ୍ତ୍ରୀ ହେଲେ ବେହୋସ

Published By : Prameya-News7 Bureau | December 07, 2018 IST

ଅହମ୍ମଦନଗର ୦୭|୧୨: କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ ମଞ୍ଚ ଉପରେ ବେହୋସ ହୋଇପଡିଛନ୍ତି । ମହାରାଷ୍ଟ୍ର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବେହୋସ ହୋଇଯାଇଛନ୍ତି ମନ୍ତ୍ରୀ। ଗଡକରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ।

ଅହମ୍ମଦନଗରରେ ଏକ ବିଶ୍ବବିଦ୍ୟାଳୟଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ ଗଡକରୀ । ହଠାତ୍ ମଞ୍ଚ ଉପରେ ବେହୋସ ହୋଇଯାଇଥିଲେ ମନ୍ତ୍ରୀନୀତିନ୍ ଗଡକରୀ । ଜାତୀୟ ସଙ୍ଗୀତ ଗାଇବା ବେଳେ ଯେତେବେଳେ ସମସ୍ତେ ମଞ୍ଚ ଉପରେ ଠିଆହୋଇଥିଲେ ସେତେବେଳେତାଙ୍କ ଦେହ ଖରାପ ଲାଗିଥିଲା । ସେ ପଡିଯିବାବେଳକୁ ମଞ୍ଚ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳସି.ବିଦ୍ୟାସାଗର ରାଓ ତାଙ୍କୁ ଧରିପକାଇଥିଲେ । ସେଠାରୁ ତାଙ୍କୁ ହପ୍ସିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ହସ୍ପିଟାଲରୁ ଡିସଚାର୍ଯ ହେବା ପରେ ସେ ଶିରିଡି ଅଭିମୁଖେବାହରି ଯାଇଛନ୍ତି । ସେ ଏ ନେଇ ନିଜର ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେ ବର୍ତ୍ତାମାନଭଲ ଅଛନ୍ତି ଏବଂ ବ୍ଲଡ୍ ସୁଗାର କମ୍ ହୋଇଯିବାରୁ ସେ ବେହୋସ ହୋଇଯାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.