କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବ୍ୟକ୍ତିଗତ ସହାୟକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | August 21, 2018 IST

ନୂଆଦିଲ୍ଲୀ ୨୧/୮ : କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବ୍ୟକ୍ତିଗତ ସହାୟକ ସୋମବାର ମଧ୍ୟରାତ୍ରୀରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩୧ବର୍ଷ ବୟସ୍କ କୁନ୍ଦନ ସିଂ ନିଜ ପରିବାର ସହ ସରୋଜିନୀ ନଗର ନିକଟସ୍ଥ ଲକ୍ଷ୍ମୀବାଇ ନଗରରେ ରହୁଥିଲେ । ରାତି ୨ଟା ବେଳେ କୁନ୍ଦନଙ୍କ ପରିବାରଲୋକ ଏହି ଖବର ପୁଲିସକୁ ଦେଇଥିଲେ । ପୁଲିସ ପହଞ୍ଚି ନିଜ ପ୍ରକୋଷ୍ଠର ଫ୍ୟାନରେ ଝୁଲୁଥିବା କୁନ୍ଦନଙ୍କ ଶବ ଜବତ କରିଥିଲା । ସୂଚନା ଅସୁସାରେ ସୋମବାର ଅଫିସରୁ ଫେରିବାପରେ କୁନ୍ଦନ ସ୍ବଭାବିକ ଢଙ୍ଗରେ ରାତ୍ରିଭୋଜନ କରିଥିଲେ ଓ ନିଜ ପ୍ରକୋଷ୍ଠକୁ ଯାଇ ଶୋଇପଡିଥିଲେ । ନିକଟରେ କୁନ୍ଦନଙ୍କ ବିବାହ ହୋଇଥିଲା । ତାଙ୍କର ଏକ ୭ମାସର ଶିଶୁ କନ୍ୟା ମଧ୍ୟ ଅଛି । ଘରେ କୁନ୍ଦନ ଏବଂ ତାଙ୍କ ସ୍ତ୍ରୀଙ୍କ ବ୍ୟତୀତ ବାପା ମାଆ ମଧ୍ୟ ରହନ୍ତି । ରାତି ପ୍ରାୟ ସାଢେ ଗୋଟାଏ ବେଳେ କୁନ୍ଦନଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ସେମାନେ ଦେଖିଥିଲେ । ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । କୁନ୍ଦନ କୌଣସି ସୁଇସାଇଡ ନୋଟ୍ ମଧ୍ୟ ଛାଡି ନାହାନ୍ତି । ପରିବାରଲୋକଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି । ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.