ନଥିଲା କେନ୍ଦ୍ର ମନ୍ତ୍ରୀଙ୍କ ନାଁ, ଫଳକ ଭାଙ୍ଗି ଦେଲେ ସମର୍ଥକ

Published By : Prameya-News7 Bureau | April 07, 2021 IST

ନୀଳଗିରି ୦୭/୦୪: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଟ୍ରକ ମାଲିକ ସଙ୍ଘ ଦ୍ୱାରା ନିର୍ମିତ ନୂତନ କେବିନ ଗୃହ ଉଦଘାଟନରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି। କେନ୍ଦ୍ର ମନ୍ତ୍ରୀଙ୍କ ନାଁ ନଥିବାରୁ ବିଜେପି କର୍ମୀ ଫଳକ ଭାଙ୍ଗି ଦେଇଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ଟ୍ରକ ମାଲିକ ସଙ୍ଘ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଚାରୋଟି ଶଯ୍ୟା ବିଶିଷ୍ଟ କେବିନ ଗୃହ ନିର୍ମାଣ କରିଥିଲେ। ଉଦଘାଟକ ଭାବେ ନୀଳଗିରି ବିଧାୟକ ଓ ମୁଖ୍ୟଅତିଥି ଭାବେ ଏସଡିଏମଓ, ସମ୍ମାନ୍ନିତ ଅତିଥି ଭାବେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ଏସଡିଏମଓ ଅଜୟ କୃଷ୍ଣ ସାମଲଙ୍କ ନାଁ ରହିଥିଲା। ତେବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବାରୁ ତାଙ୍କ ସମର୍ଥମାନେ ଗଭୀର ଉଦବେଗ ପ୍ରକାଶ କରି ଏସଡିଏମଓଙ୍କୁ ଘେରିଥିଲେ। ପରେ ଲାଗିଥିବା ଫଳକକୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ଆସି ଭାଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ଘଟଣା ଅନୁଧ୍ୟାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.