ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ୍ ଲାଲ୍ ମଣ୍ଡଭିୟା

Published By : Prameya-News7 Bureau | October 17, 2019 IST

ପାରାଦୀପ ୧।୧୦: ପାରାଦୀପ ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ୍ ଲାଲ୍ ମଣ୍ଡଭିୟା । ଯଦିଓ କେନ୍ଦ୍ରମନ୍ତ୍ରୀଙ୍କ ଏହା ଦ୍ବିତୀୟ ପାରାଦୀପ ଗସ୍ତ ତଥାପି ଜାହାଜ ଚଳାଚଳ ମନ୍ତ୍ରୀ ହେବାପରେ ଏହା ପ୍ରଥମ ଗ୍ରସ୍ତ ।

{"id":170856}

ଆଜି ସକାଳ ୮ ଘଟିକାରେ ମନ୍ତ୍ରୀଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇ ସ୍ବାଗତ କରାଯାଇଥିଲା । ଯେଉଁଥିରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସହ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ। ଗାର୍ଡ଼ ଅଫ ଅନର ପରେ ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ବନ୍ଦର ଭିତର ଓଏଟ୍ ବେସିନ ପହଞ୍ଚିବା ପରେ ହାରବର୍ ଏରିଆ ପରିଭ୍ରମଣ କରିଥିଲେ। ପରେ ବନ୍ଦର ଦ୍ବାରା ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଉଦଘାଟନ କରିବା ସହ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ସୁତା ବ୍ୟାଗ୍ ବଣ୍ଟନ ଓ ସ୍ବଚ୍ଛ ହିଁ ସେବା ଓ ଫିଟ୍ ଇଣ୍ଡିଆ  ସାଇକେଲ ରାଲିର ଉଦଘାଟନ ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.