ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବାଧକ ସାଜିଛନ୍ତି ରାଜ୍ୟ ସରକାର : ମନୋଜ ସିହ୍ନା

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ଓଡିଶାରେ ଦ୍ରୁତ ଗତିରେ ରେଳ ବିକାଶ ହୋଇଛି । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଥିବା ରେଳ ରାଷ୍ଟ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସି ଏଭଳି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ  ମନୋଜ ସିହ୍ନା । ଇଷ୍ଟକୋଷ୍ଟ ଡିଭିଜନକୁ ଦୁଇଭାଗ କରିବା ଦ୍ବାରା ଓଡିଶାର କୌଣସି କ୍ଷତି ହେବନାହିଁ, ତେବେ ଏହାକୁ ନେଇ ରାଜନୀତି କରାଯାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ଓଡିଶାରେ ଚଳିତବର୍ଷ ଶହେ ବିଏସଏନଏଲ ଟାୱାର ସ୍ଥାପନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

{"id":90564}

ଅନ୍ୟପଟେ ଇଷ୍ଟକୋଷ୍ଟ ରେଲୱେକୁ ଦୁଇ ଭାଗ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଛି ବିଜେଡି । ବିଜୁ ଯୁବ ଛାତ୍ର ଜନତା ଦଳ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଭୁବନେଶ୍ବର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ସୁଭାଷ ପାତ୍ରଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଇଷ୍ଟକୋଷ୍ଟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.