କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କରୋନା ପଜିଟିଭ୍: ଟ୍ୱିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ନେତା ଜନତା କେହି ବାଦ ପଡୁନାହାନ୍ତି। ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ଲକ୍ଷଣ ମଧ୍ୟ ଥିଲା। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର ଟେଷ୍ଟ କରାଇ ଦିଅନ୍ତୁ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ଅନେକ ନେତା ଜିତେନ୍ଦ୍ର ସିଂହଙ୍କ ଆରୋଗ୍ୟ କାମନା କରିଛନ୍ତି।

wp:embed {"url":"https://twitter.com/DrJitendraSingh/status/1384405031215013888","type":"rich","providerNameSlug":"twitter","responsive":true,"className":""}
https://twitter.com/DrJitendraSingh/status/1384405031215013888
/wp:embed

ସୂଚନାଯୋଗ୍ୟ ଯେ, ଦେଶରେ ଗତ ୨୪ ଘଣ୍ଟାରେ ନୂଆ କରୋନା ମାମଲା ସାମାନ୍ୟ ହ୍ରାସ ପାଇଛି। ତଥାପି ସଂକ୍ରମଣ ମାମଲା ୨ ଲକ୍ଷ ଉପରକୁ ରହିଛି। ଗୋଟିଏ ଦିନରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ ମାମଲା ରେକର୍ଡ ହୋଇଛି ଓ ୧୭୬୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.