Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସ୍ଵଦେଶୀ ମାଇକ୍ରୋ ପ୍ରୋସେସର ଚ୍ୟାଲେଞ୍ଜ’ର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ, ପୁରସ୍କାରରେ ପ୍ରତିଯୋଗୀଙ୍କୁ ମିଳିବ ୪.୩ କୋଟି ଟଙ୍କା

19/08/2020 at 8:37 PM

ନୂଆଦିଲ୍ଲୀ ୧୯।୦୮: ସରକାରଙ୍କ ଆତ୍ମ ନିର୍ଭର ଭାରତ ଯୋଜନା ଅଂଶ ଭାବେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଙ୍ଗଳବାର ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଆଧାରରେରେ ୪.୩ କୋଟି ଟଙ୍କାର ‘ସ୍ଵଦେଶୀ ମାଇକ୍ରୋ ପ୍ରୋସେସର ଚ୍ୟାଲେଞ୍ଜର’ ଉଦଘାଟନ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଏହି ଯୋଜନା ସଂପନ୍ନ ହୋଇଥିଲା।

ଏକ ଅଧିକାରୀ ବୟାନରେ ପ୍ରସାଦ କହିଛନ୍ତି ଅଦ୍ୟୋଗିକବିତ୍, ଷ୍ଟାଟ୍ଅପ୍ ଓ ଛାତ୍ରଙ୍କୁ ବିଭିନ୍ନ ଅଦୌଗିକି ଉତ୍ପାଦନ ବିକଶିତକରିବା ପାଇଁ ମାଇକ୍ରୋପ୍ରୋସେସର ଉପଯୋଗ କରିବାକୁ କହିଛନ୍ତି। ଏହି ଅଭିଯାନ କେବଳ ଭାରତର ରଣନୈତିକ ଓ ଅଦୌଗିକି କ୍ଷେତ୍ରର ଭବିଷ୍ୟତର ଆବଶ୍ୟକତାକୁ ପୂରା କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି ତାହା ନୁହେଁ ବରଂ ସୁରକ୍ଷା, ଲାଇସେସିଂ, ଅଦୌଗିକି ପ୍ରଚଳନ ଓ ଆମଦାନୀ ଉପରେ ଉପରେ ଥିବା ସବୁଠୁ ଗୁରୁତ୍ଵବହନ କରୁଥିବା ନିର୍ଭରତାକୁ କମ କରିବ।

ଏହି କାର୍ଯ୍ୟକ୍ରମକୁ ଆଗାମୀ ୧୦ ମାସ ଭିତରେ ଆୟୋଜନ କରାଯିବ। ସରକାର ହାର୍ଡଓୟାର ପ୍ରୋଟୋଟାଇପର ବିକାଶର ବିଭିନ୍ନ ପର୍ଯ୍ୟାୟରେ ୪.୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହା ଉଷ୍ମାୟନ କାର୍ଯ୍ୟକ୍ରମ ମାଧ୍ୟମରେ ଷ୍ଟାର୍ଟଅପ୍ସକୁ ମଧ୍ୟ ସମର୍ଥନ ଦେବ।

ଭାରତ ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ୧୦୦ ସେମି ଫାଇନାଲିଷ୍ଟଙ୍କୁ ୧ କୋଟି ଟଙ୍କାର ଅନୁଦାନ ପ୍ରାପ୍ତ କରିବାର ସୁଯୋଗ ମିଳିବ। ସେହି ପରି ୨୫ ଫାଇନାଲିଷ୍ଟଙ୍କୁ ମୋଟ୍ ୧ କୋଟି ଟଙ୍କା ପୁରସ୍କାର ମିଳିବ। ଫାଇନାଲରେ ପ୍ରବେଶ କରିବାକୁ ଥିବା ୧୦ ଶୀର୍ଷ ଟିମ୍‌କୁ ୨.୩ କୋଟି ଟଙ୍କାର ପୁରଷ୍କାର ମିଳିବ।

ସ୍ଵଦେଶୀ ମାଇକ୍ରୋପ୍ରୋସେସର ଚ୍ୟାଲେଞ୍ଜରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ସ୍ଥାନୀୟ ଷ୍ଟାର୍ଟଅପ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଏବଂ ନୂତନ ଦିଗ ଦେବା। ସମସ୍ତ ସ୍ତରର ଷ୍ଟାର୍ଟଅପ ଉପରେ ଛାତ୍ରଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଘରୋଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ମାଇକ୍ରୋପ୍ରୋସେସରକୁ ଆହୁରି ବିକଶିତ କରିବାକୁ ଚାହୁଁଛନ୍ତି। ଏହାର ଉପଯୋଗ ଇଲେକ୍ଟ୍ରୋନିକ୍ସ ଓ ପାର୍ଟ୍ସ ନିର୍ମାଣରେ ଗୁରୁତ୍ଵପୂର୍ଣ୍ଣ ରହିଛି ଯାହା ନିକଟ ଦିନରେ ଭାରତ ସରକାରଙ୍କ ବଡ ଲକ୍ଷ୍ୟ ରହିଛି।

   Related Posts