Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ମୋଦୀ ସରକାରଙ୍କୁ ଝଟକା, କୃଷି ବିଧେୟକ ବିରୋଧରେ କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ

17/09/2020 at 8:57 PM

ନୂଆଦିଲ୍ଲୀ ୧୭।୦୯: କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଲାଗିଛି ଝଟକା। ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ ସରକାରଙ୍କୁ ବଡ ଝଟକା ଦେଇ କହିଥିଲେ ଯେ, ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଏବେ କୌର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି।

ହରସିମରତ କୌର ବାଦଲ ଟ୍ଵିଟ୍‌ରେ ଇସ୍ତଫାର ସୂଚନା ଦେଇ କହିଛନ୍ତି, ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛି। କୃଷକଙ୍କ ସହିତ ସେମାନଙ୍କର ଝିଅ ଓ ଭଉଣୀ ଭାବେ ଛିଡା ହୋଇଥିବାରୁ ଗର୍ବିତ।

ସୁଖବୀର ସିଂହ ବାଦଲ କହିଛନ୍ତି ଆମେ ଏହି ନିଷ୍ପତ୍ତି ବିଧେୟକ ବିରୋଧରେ ନେଇଛୁ। ଆମ ଦଳ ଏହି ବିଧେୟକକୁ ବିରୋଧ କରୁଛି। ବିଧେୟକରେ ଯେଉଁ ପ୍ରାବଧାନ ରହିଛି ସେଥିରେ ୨୦  ଲକ୍ଷ କୃଷକଙ୍କ ଉପରେ ପ୍ରଭାବ ପଡିବ। ସ୍ଵାଧୀନତା ପରେ ପ୍ରତିଟି ରାଜ୍ୟ ନିଜର ଯୋଜନା କରିଛନ୍ତି। ପଞ୍ଜାବ ସରକାର ଗତ ୫୦ ବର୍ଷ ଧରି ଚାଷ ପାଇଁ କାମ କରିଛି। ପଞ୍ଜାବରେ କୃଷକ ନିଜର ଖେତକୁ  ନିଜର ପିଲା ଭାବିଥାଏ। ପଞ୍ଜାବ ନିଜର ପାଣି ଦେଶବାସୀଙ୍କୁ ବଳିଦାନ କରନ୍ତି।

ଏହା ପୂର୍ବରୁ ପଞ୍ଜାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଓ ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କୁ ଏନଡିଏ ମେଣ୍ଟ ଛାଡିବାକୁ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ନିଜର ପ୍ରତିକ୍ରିୟାରେ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ବାଦଲ ପରିବାର ଏବେ ମଧ୍ୟ ସରକାରଙ୍କ ସହିତ ଅଠା ପରି ଲାଗି ରହିଛନ୍ତି। ଅନ୍ୟପଟେ ମୋଦୀ ସରକାର କୃଷକଙ୍କ ବିରୋଧରେ ବିଧେୟକ ଆଣୁଛି।

କୃଷି ଅଧ୍ୟାଦେଶକୁ ନେଇ ଅଧିକାଂଶ ରାଜନୈତିକ ଦଳ କୃଷକଙ୍କ ସମର୍ଥନରେ ଅଛନ୍ତି। କଂଗ୍ରେସ ଓ ପଞ୍ଜାବ ସରକାର କୃଷକଙ୍କ ସମର୍ଥନରେ ଅଛନ୍ତି। ଶିରୋମଣି ଅକାଳି ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଛିଡା ହୋଇଛି। ଏନଡିଏରେ ସହଯୋଗୀ ଦଳ ହୋଇଥିଲେ ମଧ୍ୟ ଅକାଳି ଦଳ କୃଷି ଅଧ୍ୟାଦେଶ ସମ୍ବନ୍ଧିତ ବିଧେୟକରେ ସରକାରଙ୍କୁ ବିରୋଧ କରିବାକୁ ଘୋଷଣା କରିଛି।

   Related Posts